ସମ୍ୱଲପୁର,୧୩/୦୮: ପୂର୍ବରୁ ମହାନଦୀ ଜଳ ପରିଚାଳନା ବୈଠକକୁ ଆସିନଥିବା ଛତିଶଗଡ ଏବେ ଅନୁରୋଧ କରିବାକୁ ବି ପଛାଉନଥିବା ଜଣାପଡ଼ିଛି । ଛତିଶଗଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ହୀରାକୁଦର ଆହୁରି ଗେଟ୍ ଖୋଲିବାକୁ ଛତିଶଗଡ ଓଡିଶାକୁ ଅନୁରୋଧ କରିଥିବା ହୀରାକୁଦ ମୁଖ୍ୟ ଯନ୍ତ୍ରୀ କହିଛନ୍ତି । ହେଲେ ଓଡିଶା ନିଜ ସ୍ଥିତି ହିସାବରେ ଗେଟ୍ ଖୋଲିବ ବୋଲି ତାଙ୍କୁ ରୋକ୍ ଠୋକ୍ ଶୁଣାଇ ଦେଇଥିବା ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି । ତେବ ଚଳିତ ବର୍ଷ ତଥ୍ୟ ଆଦାନ ପ୍ରଦାନ କରୁନଥିବା ଗତକାଲି ମୁଖ୍ୟ ଯନ୍ତ୍ରୀ ଅଭିଯୋଗ ଆଣିଥିଲେ ।
ଅନ୍ୟପଟେ ସମ୍ବଲପୁରରେ ୭ଟି ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବାବେଳେ ୧୦୦୫ ଜଣଙ୍କୁ ଏପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବର୍ତ୍ତମାନ ୩୪ଟି ଗେଟ୍ ଦେଇ ହୀରାକୁଦର ବନ୍ୟାଜଳ ନିଷ୍କାସିତ ହେଉଛି । ସେପଟେ ସ୍ଥିତି ଉପରେ ନଜର ରଖାଯାଇଥିବା ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ।