ଚଣ୍ଡିଖୋଲ ୭।୭: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଯାଜପୁର ଜିଲ୍ଲା ଛତିଆ କୁଞ୍ଜିଆ ଛକ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଛି ଘୋଷଯାତ୍ରା । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯାଇଥିଲା । ରଥରେ ପ୍ରଭୁଙ୍କ ରୀତିନୀତିରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ମନ୍ଦିର ପୂଜକ ଉପେନ୍ଦ୍ର ଓଝା ଛେରା ପହଁରା କରିଥିଲେ । ଏହାପରେ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ଗଡିଥିଲା । ଏହି ରଥଯାତ୍ରାର ବିଶେଷତ୍ୱ ହେଉଛି ଏହା ଦୀର୍ଘ ୧୧ କି.ମି. ରାସ୍ତା ଅତିକ୍ରମ କରି ବଡଘୁମୁରି ମାଉସୀ ମା’ ମନ୍ଦିରରେ ପହଞ୍ଚିଥାଏ । ଜାତୀୟ ରାଜପଥରେ ରଥ ଗଡୁଥିବାରୁ ପୋଲିସ ପ୍ରଶାସନ, ଦର୍ପଣ ତହସିଲଦାର, ବଡ଼ଚଣା ବିଡ଼ିଓ, ଅଗ୍ନିଶମ ବାହିନୀ ରଥଯାତ୍ରାର ପରିଚାଳନା କରିଥିଲେ ।
You Can Read: