ଛଟ୍ ପର୍ବର ଧୁମ୍ : ବିଭିନ୍ନ ନଦୀ ପଠାରେ ପୂଜାର୍ଚ୍ଚନା କଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | November 14, 2018 IST

ଭୁବନେଶ୍ବର ୧୪|୧୧:  ଉତ୍ତର ଭାରତୀୟଙ୍କ ପ୍ରମୁଖ ପର୍ବ ଛଟ ପର୍ବର ଆଜି ଶେଷ ଦିନ । ଗଙ୍ଗା, ଯମୁନା ଆଦି ପବିତ୍ର ନଦୀ ତଟରେ ବଡି ଭୋରରୁ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରାଯାଇଛି । ନଦୀ ପଠା ଗୁଡିକରେ ପ୍ରବଳ ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ । ଛଟ୍ ମାତାଙ୍କୁ ପୂଜାର୍ଚ୍ଚନା ସହ ବାଳ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ପରିବାରର ସୁଖ ସମୃଦ୍ଧି ବଢେ ବୋଲି ବିଶ୍ବାସ ରହିଛି । ରାଜ୍ୟର ଭୁବନେଶ୍ବର କୁଆଖାଇ ପଠା, ରାଉରକେଲାର ବ୍ରାହ୍ମଣୀ ତଟରେ ଉତ୍ତର ଭାରତୀୟ ତଥା ବିବାରୀ ସଂପ୍ରଦାୟର ଶ୍ରଦ୍ଧାଳୁ ମାନେ ଛଟ୍‌ଙ୍କୁ ପୂଜାର୍ଚ୍ଚନା ସହ ବାଳସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ସେହିପରି କଟକରେ ମଧ୍ୟ ବିହାରୀ ସମ୍ପ୍ରଦାୟର ଲୋକୋ ଛଟ୍ ପର୍ବ ପାଳନ କରିଛନ୍ତି । ଆଜି ସକାଳୁ କାଠଯୋଡି ଦେବୀ ପଠାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ବିହାର ଅଧିବାସୀମାନେ ଏକାଠି ହୋଇ ନଦୀପଠାରେ ପୂଜା କରିଛନ୍ତି । ପରିବାରର ସୁଖ ଓ ଶାନ୍ତି କାମନା କରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.