କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା ; ରକ୍ତ ରଞ୍ଜିତ ହେଲା ମାଣିକେଶ୍ବରୀଙ୍କ ପୀଠ

Published By : Prameya-News7 Bureau | October 17, 2018 IST

କଳାହାଣ୍ଡି ୧୭|୧୦: ଆଜି କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା । ଛତର ଯାତ୍ରା ପାଇଁ ମାଆ ମାଣିକେଶ୍ବରୀଙ୍କ ପୀଠ ରକ୍ତ ରଞ୍ଜିତ ହୋଇଛି ।  ୪ କିଲୋମିଟର ରାସ୍ତା ପଶୁ ଓ ପକ୍ଷୀ ର ରକ୍ତରେ ଭିଜି ଯାଇଛି । ପରମ୍ପରା ଅନୁଯାୟୀ ମାଆଙ୍କ ପୀଠରେ ହଜାର ହଜାର ପଶୁ ପକ୍ଷୀ ବଳି ଦିଆଯାଇଛି । ପ୍ରଶାସନର ବାରଣକୁ ମାନିନାହାନ୍ତି ମାନସିକଧାରୀ । ଭବାନୀପାଟଣାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଅଷ୍ଟମୀ ମଧ୍ୟ ରାତ୍ରରେ ଗୁପ୍ତ ସନ୍ଧି ପୂଜା ପରେ ନବମୀ ପ୍ରତଃରୁ ଭବାନୀପାଟଣା ସହର ଉପକଣ୍ଠ ଜେନାଖାଲରୁ ମାଆଙ୍କ ଛତର ମୂଳ ଆସ୍ଥାନ ମାଣିକେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି । ପରଂପରା ଆନୁଯାୟୀ ଭବାନୀପାଟଣା, ଯୁଗସାଏପାଟଣା ତଥା ଥୁଆମୂଳରାମପୁର ସ୍ଥିତ ମାଆ ମାଣିକେଶ୍ବରୀଙ୍କ ପୀଠରେ ବଳି ପଡିବା ସହ ଭବାନୀପାଟଣା ଓ ଥୁଆମୂଳ ରାମପୁର ଛତର ଯାତ୍ରାରେ ଭକ୍ତ ସର୍ବଜନୀନ ବଳିପ୍ରଥା ପାଳନ କରିଛନ୍ତି । ଭବାନୀପାଟଣାଠାରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାନ, ଢୋଲ, କିର୍ତ୍ତନର ତାଳେ ତାଳେ ମାଆ ମାଣିକେଶ୍ବରୀଙ୍କ ଛତର ଜେନାଖାଲରୁ ବାହାରି ରାଜଉଆସ ମଧ୍ୟରେ ଅବସ୍ଥିତ ମାଣିକେଶ୍ବରୀଙ୍କ ମନ୍ଦିର ଆଡକୁ ଆଗ୍ରସର ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.