ଇଂଲଣ୍ଡରେ ପୂଜାରାଙ୍କ ବିସ୍ଫୋରକ ଶତକ, ପାଣ୍ଡ୍ୟାଙ୍କ ଟିମ୍ ବିରୋଧରେ ଗୋଟିଏ ଓଭରରେ ହାସଲ କଲେ ୨୨ ରନ୍

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ, ୧୩|୦୮: ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ଇଂଲଣ୍ଡରେ ଧୂଆଧାର ପାଳି ଖେଳି ପ୍ରଶଂସକଙ୍କୁ ଚକିତ କରିଛନ୍ତି । ସସେକ୍ସର ଅଧିନାୟକ ପୂଜାରା ରୟାଲ ଲଣ୍ଡନ ଓ୍ୱାନଡେ କପର ଏକ ମୁକାବିଲାରେ ଏହି ପାଳି ଖେଳିଥିଲେ । ସେ ବାର୍ବିକସାୟର ବିପକ୍ଷରେ ବିସ୍ଫୋରକ ଶତକ ମଧ୍ୟ ଅର୍ଜନ କରିଥିଲେ । ଏପରିକି ସେ ୧୩୫ ଷ୍ଟ୍ରାଇକ୍ ରେଟରେ ରନ୍ କରିଥିଲେ । ଏହା ସତ୍ତ୍ୱେ ସେ ନିଜର ଦଳକୁ ବିଜୟୀ କରିପାରି ନଥିଲେ ।

ମୁକାବିଲାରେ ବାର୍ବିକସାୟର ପ୍ରଥମେ ବ୍ୟାଟିଂ କରି ୬ ଓ୍ୱିକେଟରେ ୩୧୦ ରନ୍ କରିଥିଲା । ଏହାର ଜବାବରେ ସସେକ୍ସ ଟିମ୍ ପୂଜାରାଙ୍କ ଶତକ ପରେ ବି ୩୦୬ ରନ୍ କରିପାରିଥିଲା । ଫଳରେ ବାର୍ବିକସାୟର ୪ ରନରେ ମ୍ୟାଚ୍ ଜିତିନେଇଥିଲା ।

ଗୋଟିଏ ଓଭରରେ ୨୨ ରନ୍

ସସେକ୍ସ ପାଳିର ୪୫ ତମ ଓଭରରେ ବୋଲିଂ କରୁଥିଲେ ଲିୟାମ ନାର୍ବିଲ । ବାମହାତୀ ସ୍ପିନର କୃଣାଲ ପାଣ୍ଡ୍ୟା ମଧ୍ୟ ବାର୍ବିକସାୟର ପକ୍ଷରୁ ଖେଳୁଛନ୍ତି । ଏହି ଓଊରରେ ପୂଜାରା ପ୍ରଥମ ବଲରେ ଚଉକା ଲଗାଇଥିଲେ । ଦ୍ୱିତୀୟ ବଲରେ ସେ ଦୁଇ ରନ୍ ନେଇଥିଲେ । ତୃତୀୟ ବଲରେ ପୁଣି ଚାରି ମାରିଥିଲେ । ଅନ୍ତିମ ବଲକୁ ସେ  ପୁଣି ବାଉଣ୍ଡରୀ ଲାଇନକୁ ପଠାଇ ଦେଇଥିଲେ । ଏପରି ଭାବେ ଗୋଟିଏ ଓଭରରେ ସେ ୨୨ ରନ୍ କରିଥିଲେ । ଶେଷରେ ୪୯ ତମ ଓଭରରେ ଆଉଟ୍ ହୋଇଥିଲେ ପୂଜାରା ।

wp:html /wp:html

୭ ଚଉକା ଓ ଦୁଇ ଛକା

ଚେତେଶ୍ୱର ପୂଜାରା ପାଳିରେ ୭୯ ବଲର ସାମ୍ନା କରିଥିଲେ । ୧୦୭ ରନ୍ ସ୍କୋର କରିଥିଲେ ସେ । ଏହି ପାଳିରେ ସେ ୭ ଚଉକା ଓ ୨ ଛକା ମାରିଥିଲେ । ତାଙ୍କ ଦଳର ଓପନର ଓଲୀ ଓର୍ ମଧ୍ୟ ୮୧ ରନ୍ କରିଥିଲେ । କିନ୍ତୁ ମିଡିଲ ଅର୍ଡର ବ୍ୟାଟର ଭଲ ସ୍କୋର କରିପାରିନଥିଲେ । ଏହି କାରଣରୁ ଦଳ ବିଜୟଠୁ ୪ ରନ ଦୂରରେ ରହିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.