ବ୍ରିଟେନ୍ରେ ବର୍ଷୁଛନ୍ତି ପୂଜାରା: ୯୦ ବଲ୍ରେ ୧୩୨ ରନ୍ ଜବରଦସ୍ତ ବ୍ୟାଟିଂ, ଲଗାତର କଲେଣି ତିନୋଟି ଶତକ
23/08/2022 at 10:52 PM

ଲଣ୍ଡନ: ରୟାଲ ଲଣ୍ଡନ ୱାନ୍ଡେ କପ୍ରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି ଚେତେଶ୍ୱର ପୂଜାରା। ମଙ୍ଗଳବାର ସେ ରୟାଲ ଲଣ୍ଡନ ୱାନ୍ଡେ କପ୍ର ଚଳିତ ସଂସ୍କରଣରେ ଲଗାତର ତୃତୀୟ ଶତକ ହାସଲ କରିଛନ୍ତି ପୂଜାରା। ସେସେକ୍ସ ପକ୍ଷରୁ ବ୍ୟାଟିଂ କରୁଥିବା ପୂଜାରା ମିଡିଲେକ୍ସ ବିପକ୍ଷରେ ମାତ୍ର ୯୦ ବଲ୍ରେ ୧୩୨ରନର ଶତକୀୟ ପାଳି ଖେଳିଛନ୍ତି।
ସେ ପ୍ରଥମ ୬୪ ବଲ୍ରେ ୭୦ ରନ୍ କରିବା ପରେ ପରବର୍ତ୍ତି ୨୬ ବଲ୍ରେ ୬୨ ରନ୍ କରିଥିଲେ। ସେ ଆଜିର ମ୍ୟାଚ୍ରେ ୨୩୮.୪୪ ଷ୍ଟ୍ରାଇକ୍ ରେଟ୍ ସହ ରନ୍ ସଂଗ୍ରହ କରିଛନ୍ତି। ପୂଜାରା କେବଳ ୭୫ ବଲ୍ରେ ଶତକ ପୂରା କରିଥିଲେ।
ସସେକ୍ସ ଦଳ ପାଇଁ ଖେଳୁଥିବା ପୂଜାରା ରୟାଲ ଲଣ୍ଡନ ୱାନ୍ଡେ କପ୍ରେ ଏପର୍ଯ୍ୟନ୍ତ ୯,୬୩,୧୪*, ୧୦୭,୧୭୪,୪୯* ୬୬ ଓ ୧୩୨ ରନ୍ କରିସାରିଛନ୍ତି। ଏହସବୁ ରନ୍ ମିଶାଇ ପୂଜାରା ଚଳିତ ଟୁର୍ଣ୍ଣାମେଣ୍ଟରେ ୫୦୦ ରନ୍ ପୂରା କରିସାରିଲେଣି।
ସସେକ୍ସ ଦଳ କ୍ୟାପ୍ଟେନ୍ ଦାୟିତ୍ୱ ସମ୍ଭାଳୁଥିବା ପୂଜାରା ଆଜିର ମ୍ୟାଚ୍ରେ ୨୦ ଚୌକା ଓ ଦୁଇଟି ଛକ୍କା ମାରିଛନ୍ତି। ପୂଜାରାଙ୍କ ବାଦ ଓପନର ବ୍ୟାଟ୍ସମ୍ୟାନ୍ ଟମ ଏଲସୋପ ୧୫୫ ବଲରେ ୧୮୯ ରନ କରିଛନ୍ତି। ତୃତୀୟ ୱିକେଟ୍ ପାଇଁ ପୂଜାରା ଓ ଏଲ୍ସୋପ ୨୪୦ ରନ୍ ଯୋଡ଼ିଥିଲେ।