ରୟାଲ ଲଣ୍ଡନ ଦିନିକିଆରେ ଚେତେଶ୍ୱର ପୂଜାରଙ୍କ କମାଲ, ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା ଇଂଲଣ୍ଡରେ ବର୍ତ୍ତମାନ ସମୟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ସସେକ୍ସ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ରନ ପାହଡ ସୃଷ୍ଟି କରିବା ପରେ ରୟାଲ ଲଣ୍ଡନ ଦିନିକିଆରେ ନିଜରେ ଚମତ୍କାର  ପ୍ରଦର୍ଶନ ଜାରି ରଖିଛନ୍ତି । ଚେତେଶ୍ୱର ପୂଜାରା ଏହି ଟୁର୍ଣ୍ଣାମେଣ୍ଟରେ ଲଗାତାର ଦୁଇଟି ଶତକ ହାସଲ କରିଛନ୍ତି । ସରେ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ୱାରୱିକଶୟାର୍ ବିପକ୍ଷରେ ୭୩ଟି ବଲରେ ଶତକ ହାସଲ କରିଥିଲେ।

ଉଲ୍ଲେଖଯୋଗ୍ୟ, ୱାରୱିକଶୟାର୍ ବିପକ୍ଷରେ ଗୋଟିଏ ଓଭରରେ ୨୨ ରନ କରି ପୂଜାର ୭୯ ବଲରେ ୧୦୭ ରନ କରିଥିଲେ, କିନ୍ତୁ ନିଜ ଟିମକୁ ବିଜୟୀ କରାଇ ପାରି ନଥିଲେ । ଏହି ଶତକ ପରେ ବି ସେ ନିରାଶ ହୋଇଥିଲେ।

ସସେକ୍ସ ଏବଂ ସରେ ମଧ୍ୟରେ ରବିବାର ଖେଳାଯାଉଥିବା ମ୍ୟାଚରେ ପୂଜାରା ୧୩୧ ବଲରେ ୧୩୨ ଷ୍ଟ୍ରାଇକ ରେଟ୍ ସହ ୧୭୪ ରନ କରି ଆଉଟ୍ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.