୨୦୨୩ ବିଶ୍ୱକପ୍‌ ଖେଳିବେ ପୂଜାରା ! ଲଗାତର ମାରିଲେଣି ତିନି ଶତକ

Published By : Prameya-News7 Bureau | August 24, 2022 IST

ଲଣ୍ଡନ ୨୪।୦୮: ଆଉ କିଛି ମାସ ପରେ ଆସୁଛି କ୍ରିକେଟ୍‌ ମହାକୁମ୍ଭ । ଏବେଠୁ ଟିମ୍‌ ଚୟନରେ ଲାଗିପଡିଛନ୍ତି ଚୟନକର୍ତ୍ତା ଓ ଟିମ୍‌ ମ୍ୟାନେଜମେଣ୍ଟ । କିନ୍ତୁ ଏସବୁ ଭିତରେ ୨୦୨୩ରେ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ନିଜର ଦାବିଦାର ସାବ୍ୟସ୍ତ କରିଛନ୍ତି ଚେତେଶ୍ୱର ପୂଜାରା । ଏକଦା ଟେଷ୍ଟ ଟିମ୍‌ରେ ରାହୁଲ ଦ୍ରାବିଡଙ୍କ ପରେ ‘ଦ ଓ୍ୱାଲ୍‌ ‘ ଭାବେ ପରିଚିତ ଥିଲେ ଚେତେଶ୍ୱର ପୂଜାରା ।

wp:html /wp:html

ରୟାଲ ଲଣ୍ଡନ ୱାନ୍‌ଡେ କପ୍‌ରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି ଚେତେଶ୍ୱର ପୂଜାରା। ମଙ୍ଗଳବାର ସେ ରୟାଲ ଲଣ୍ଡନ ୱାନ୍‌ଡେ କପ୍‌ର ଚଳିତ ସଂସ୍କରଣରେ ଲଗାତର ତୃତୀୟ ଶତକ ହାସଲ କରିଛନ୍ତି ପୂଜାରା। ସେସେକ୍ସ ପକ୍ଷରୁ ବ୍ୟାଟିଂ କରୁଥିବା ପୂଜାରା ମିଡିଲେକ୍ସ ବିପକ୍ଷରେ ମାତ୍ର ୯୦ ବଲ୍‌ରେ ୧୩୨ରନର ଶତକୀୟ ପାଳି ଖେଳିଛନ୍ତି। ପୂଜାରା ରୟାଲ ଲଣ୍ଡନ ୱାନ୍‌ଡେ କପ୍‌ରେ ଏପର୍ଯ୍ୟନ୍ତ ୯,୬୩,୧୪*, ୧୦୭,୧୭୪,୪୯* ୬୬ ଓ ୧୩୨ ରନ୍ କରିସାରିଛନ୍ତି। ଏହସବୁ ରନ୍ ମିଶାଇ ପୂଜାରା ଟୁର୍ଣ୍ଣାମେଣ୍ଟରେ ମୋଟ ୬୧୪ ରନ୍ ସଂଗ୍ରହ କରିସାରିଲେଣି।

ତେବେ ଟୁର୍ଣ୍ଣାମେଣ୍ଟରେ ପୂଜାରାଙ୍କ ଏଭଳି ଦମ୍‌ଦାର୍‌ ଫର୍ମ, ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ନିଜର ଦାବିଦାର  ସାବ୍ୟସ୍ତ କରିଛନ୍ତି । ଏପରିକି ଦିନିକିଆ ଏବଂ ଟି-୨୦ ଟିମ୍‌ରେ ନିଜର ସ୍ଥାନ ଲାଗି ପ୍ରମୁଖ ଦାବିବାର ଭାବେ ଉଭା ହୋଇଛନ୍ତି । ତେଣୁ ଦେଖିବାକୁ ବାକି ରହିଲା । ଆଗାମୀ ଦିନରେ ପୂଜାର କେଉଁ ଫର୍ମାଟର ସ୍ପେଶାଲିଟ୍ ଭାବେ ନିଜକୁ ପ୍ରମାଣିତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.