Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

‘କୋହଲି ମିଛ କହିଛନ୍ତି, କାହିଁକି ଏମିତି କହିଲେ କେହି ଜାଣିନୁ’, ଷ୍ଟିଙ୍ଗ ଅପରେସନରେ ଗାଙ୍ଗୁଲି-ବିରାଟ ବିବାଦ ଉପରେ ଚେତନ ଶର୍ମାଙ୍କ ଚାଞ୍ଚଲ୍ୟକର ଖୁଲାସା

14/02/2023 at 10:52 PM

ନୂଆଦିଲ୍ଲୀ: ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଷ୍ଟିଙ୍ଗ ଅପରେସନ ସାମନାକୁ ଆସିଛି । ଏଥିରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଚେତନ ଶର୍ମା ଗୁପ୍ତ କ୍ୟାମେରା ଆଗରେ ଏପରି ଅନେକ ସତ କହିଛନ୍ତି, ଯାହା ଆଜି ଯାଏ ବିସିସିଆଇର ବିଲ୍ଡିଂ ଭିତରେ ହିଁ ଲୁଚି ରହିଥିଲା ।

Zee ନ୍ୟୁଜ କରିଥିବା ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମା ଏପରି ଅନେକ ସତ କହିଛନ୍ତି, ଯାହା ଦୁନିଆ ଆଗରେ ଲୁଚି ରହିଥିଲା । ଏଥିରେ ଏକ ବଡ଼ ଖୁଲାସା ହେଉଛି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ହୋଇଥିବା ବହୁ ଚର୍ଚ୍ଚିତ ବିବାଦ । ଦିନିକିଆ ଅଧିନାୟକ ପଦ ଛଡାଇ ନିଆଯିବା ପରେ ବିରାଟ କୋହଲି ଦେଇଥିବା ବୟାନ ମିଛ ବୋଲି ଚେତନ ଶର୍ମା କହିଛନ୍ତି । ସେ କହିଛନ୍ତି ଯେ ଦିନିକିଆ ପଦରୁ ହଟାଯିବା ବାବଦରେ ଆଗୁଆ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ବିରାଟ ମିଛ କହିଛନ୍ତି ।     

ଉଲ୍ଲେଖଯୋଗ୍ୟ ଯେ ଦ.ଆଫ୍ରିକା ଗସ୍ତ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲ, ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବୟାନର ବିପରୀତରେ ମତ ରଖିଥିଲେ । ସୌରଭ ଗାଙ୍ଗୁଲି କହିଥିଲେ ଯେ ଅଧିନାୟକ ପଦରୁ ହଟାଯିବା ନେଇ କୋହଲିଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ କୋହଲି କହିଥିଲେ ଯେ ଦ.ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଚୟନର ଅଧ ଘଣ୍ଟା ପୂର୍ବରୁ ଚେତନ ଶର୍ମା ଫୋନ ଯୋଗେ ତାଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ ।

ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା କହିଛନ୍ତି, ‘ସୌରଭ ଗାଙ୍ଗୁଲି ଏବଂ ବିସିସିଆଇକୁ ନେଇ କରିଥିବା ବିବାଦୀୟ ସାମ୍ୱାଦିକ ସମ୍ମଳନୀରେ କୋହଲି ମିଛ କହିଥିଲେ’ ।

ଚେତନ ଶର୍ମାଙ୍କ ଅନୁସାରେ, ଗାଙ୍ଗୁଲି ଏବଂ ବିରାଟଙ୍କ ମଧ୍ୟରେ EGOର ବିବାଦ ଥିଲା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ମତଭେଦ ହୋଇଥିଲା । ବିରାଟ କୋହଲି ନିଜକୁ ଖେଳରୁ ଉପରେ ଭାବି ନେଇଥିଲେ । ବିରାଟ ଭାବିଥିଲେ ଗାଙ୍ଗୁଲିଙ୍କ ପାଇଁ ତାଙ୍କ ହାତରୁ ଦିନିକିଆର କ୍ୟାପ୍ଟେନ୍ସି ଗଲା ।

ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା କହିଛନ୍ତି ଯେ ସତ ହେଉଛି ପୂର୍ବରୁ ଅବଗତ କରାଯାଇଥିଲା, ୮-୯ ଜଣ ଲୋକ ବସିଥିଲେ…ଗାଙ୍ଗୁଲି କହିଥିଲେ, ବିରାଟ ମିଛ କହିଥିଲେ । କିନ୍ତୁ ବିରାଟ କାହିଁକି ମିଛ କହିଲେ ତାହା ଆଜି ଯାଏ କାହାକୁ ଜଣା ନାହିଁ । ଏହା ତାଙ୍କର ବ୍ୟକ୍ତିଗତ ବିଷୟ ଅଟେ । ଏହା ବୋର୍ଡ ଆଉ ଖେଳାଳିଙ୍କ ମଧ୍ୟରେ ଲଢେଇ ହୋଇଯାଇଥିଲା ।

   Related Posts