krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୌସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ସଦସ୍ୟଙ୍କ ମୃତ୍ୟୁ

4/11/2023 at 6:16 PM

ନୂଆଦିଲ୍ଲୀ: କେରଳର କୋଚିରେ ଶନିବାର ନୌସେନା ବାୟୁ ଷ୍ଟେସନ୍ ଆଇଏନ୍‌ଏସ୍ ଗରୁଡରେ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ ଅନୁସାରେ, ରୁଟିଂ ଟ୍ରେନିଂ ଡ୍ରିଲ୍ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହୀ ସମୟରେ ହେଲିକପ୍ଟରରେ ୨ ଜଣ ସଦସ୍ୟ ଥିଲେ । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନୌସେନା ପକ୍ଷରୁ ବୟା ଜାରି ଘଟଣା ବାବଦରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ବୋର୍ଡ ଅଫ୍ ଇନକ୍ୱାରୀୟ ଗଠନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

ପଢନ୍ତୁ: ପୁନେରେ ଘରୋଇ ପ୍ରଶିକ୍ଷଣ ବିମାନ କ୍ରାସ୍; ଦୁଇ ପାଇଲଟ୍ ଗୁରୁତର

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ନୌସେନା ଗତ ବୁଧବାର ବ୍ରହ୍ମୋସ୍ ମିସାଇଲର ସଫଳ ପରୀକ୍ଷଣ କରିଥିଲା । ମିସାଇଲ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରୁଥିବା ନୌସେନା ପକ୍ଷରୁ କହାଯାଇଥିଲା । ଅନ୍ୟପଟେ ମଙ୍ଗଳବାର ନୌସେନାର ଇଲ୍ୟୁସିନ-୩୮ ସି ଡ୍ରାଗନ୍ ନାମକ ଦୀର୍ଘ ଦୂର ଯାଏ ସମୁଦ୍ର ଉପରେ ନୀରିକ୍ଷଣ ରଖୁଥିବା ବିମାନ ୪୬ ବର୍ଷର ନିଜ ଗୌରବଶାଳୀ ସେବା ପରେ ଅବସର ନେଇଥିଲା । ଅଧିକାରୀମାନେ ଏହି ସୂଚନା ଦେଇଥିଲେ । ଏହି ବିମାନର ଅବସର ସମୟରେ ଗୋଆର ଡାବୋଲିମରେ ଆଇଏନଏସ ହଂସାରେ ସମାରୋହ ଆୟୋଜନ କରାଯାଇଥିଲା ।

Also Read: ଇମେଲ୍‌ରେ ଆସିଲା ଏୟାରପୋର୍ଟ ଉଡ଼ାଇଦେବାର ଧମକ! ଖାଲି କରାଗଲା ୬ ବିମାନବନ୍ଦର

   Related Posts