ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି, ଚେତାବନୀ ଦିବସ ପାଳୁଛି ଓକିଲ ସଂଘ

Published By : Prameya-News7 Bureau | July 08, 2022 IST

ସମ୍ୱଲପୁର ୦୮/୦୭: ସମ୍ବଲପୁରରେ ପଶ୍ଚିମ ଓଡିଶା ପାଇଁ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ଚେତାବନୀ ଦିବସ ପାଳୁଛନ୍ତି ଓକିଲ ସଂଘ ଓ ଜନସାଧାରଣ । ଆଜି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଏହି ଚେତାବନୀ ଦିବସ ପାଳନ କରଯାଉଛି ।

ଏନେଇ ଆଜି ସମ୍ବଲପୁରର ବିଭିନ୍ନ ଛକରୁ ରାଲି ବାହାରିଥିବାବେଳେ ଉତ୍ତରାଂଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ଦିବସ ପାଳନ କରଯିବ । ହାଇକୋର୍ଟ ବେଂଚ ସ୍ଥାପନ ଦାବି ନେଇ ଉଭୟ କେନ୍ଦ୍ର ସରକାରଙ୍କ ଟାଲଟୁଲ ନୀତିକୁ ବିରୋଧ କରି ଏହି ଚେତାବନୀ ଦିବସ ପାଳୁଛନ୍ତି ଓକିଲ ସଂଘ ଓ ଜନସାଧାରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.