oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

୭୦ ବର୍ଷ ପରେ ଭାରତ ଆସିବ ଚିତା, ନାମିବ୍ୟାରେ ଯାଞ୍ଚ୍ ହେଲା ସ୍ୱାସ୍ଥ୍ୟାବସ୍ଥା : ସାମ୍ନାକୁ ଆସିଲା ଫଟୋ

16/08/2022 at 11:01 AM

ନୂଆଦିଲ୍ଲୀ, ୧୬|୦୮:  ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ପଶୁ ଚିତା ବାଘ ଦୀର୍ଘ ୭୦ ବର୍ଷ ପରେ ଭାରତକୁ ପୁଣି ଫେରୁଛି । ଗତ ଜୁଲାଇ ୨୦ରେ ଭାରତ ସରକାର ଓ ନାମିବ୍ୟା ମଧ୍ୟରେ ଚୁକ୍ତି ଅନୁସାରେ ଭାରତକୁ ଚିତା ବାଘ ଆସିବ । ଏସବୁ ବାଘଙ୍କୁ ମଧ୍ୟପ୍ରଦେଶର କୁନୋ ପାଲପୁର ଜାତୀୟ ଉଦ୍ୟାନରେ ରଖାଯିବ ।

କୁନୋ ଜାତୀୟ ଉଦ୍ୟାନ ଆସୁଥିବା ଚିତାଙ୍କର ସୋମବାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇଛି । ମୁଖ୍ୟମନ୍ତୀ ଶିବରାଜ ସିଂ ଚୌହ୍ୱାନ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ବିଶେଷଜ୍ଞ ଟିମକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଏହା ବନ୍ୟଜୀବ ସଂରକ୍ଷଣ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ମଧ୍ୟପ୍ରଦେଶ ପ୍ରସ୍ତୁତ ଅଛି । ଚିତାଙ୍କ ଆଗମନକୁ ମଧ୍ୟପ୍ରଦେଶ ଅପେକ୍ଷା କରିଛି ।

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶିବରାଜ ଭାରତ ଆସୁଥିବା ଚିତାଙ୍କ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେଉଥିବା ଦେଖିବାକୁ ମିଳିଥିଲା ।

ଅନ୍ତର୍ଜାତୀୟ ବିଶେଷଜ୍ଞ ଟିମ୍ କଲେ ପରୀକ୍ଷଣ

ଚିତାଙ୍କ ଫଟୋ ନାମିବ୍ୟାରେ ଥିବା ଭାରତୀୟ ଦୂତାବାସ ପୋଷ୍ଟ୍ କରିଛି । ଏହାସହ ଲେଖିଛନ୍ତି ଯେ, ସ୍ୱାଧିନତା ଦିବସ ଅବସରରେ କୁନୋ ଜାତୀୟ ଉଦ୍ୟାନକୁ ଚିତାବାଘ ଆସିବେ । ଏହାପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇଛି । ଡାକ୍ତର ଲରିଙ୍କ ନେତୃତ୍ୱରେ ଟିମ୍ ବାଘଙ୍କ ଯାଞ୍ଚ କରିଥିଲେ । ଏଥିପାଇଁ ନାମିବ୍ୟା ପରିବେଶ ବିଭାଗକୁ ଅନେକ ଅନେକ ଧନ୍ୟବାଦ ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ସ୍ୟୋପୁର ଜିଲ୍ଲାରେ ଥିବା କୁନୋ ଜାତୀୟ ଉଦ୍ୟାନ ୨୦୦ ବର୍ଷ ତଳର ଅଟେ । ଏଠାରେ ମଝିରେ ସିଂହଙ୍କୁ ଅଣାଯିବା ନେଇ ବ୍ୟବସ୍ଥା ହୋଇଥିଲା । ଯାହା ଏଯାଏଁ ସଫଳ ହୋଇନାହିଁ । ଏବେ ଆଫ୍ରିକୀୟ ଚିତାଙ୍କୁ ଏଠାକୁ ଅଣାଯିବ ।

   Related Posts