scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଏଦୀମାନଙ୍କୁ ଚେସ୍ ପ୍ରଶିକ୍ଷଣ, ଆସନ୍ତା ୧୧ରୁ ଖେଳାଯିବ ସର୍ବଭାରତୀୟ କାରାଗାର ଚେସ୍

29/08/2023 at 5:05 PM

କଟକ ୨୯।୮: ବର୍ଷ ବର୍ଷ ଧରି ଜେଲରେ ରହୁଥିବା କଏଦୀମାନଙ୍କ ମଧ୍ୟରେ ମାନସିକ ଶାନ୍ତି ଓ ବୌଦ୍ଧିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସାହାଯ୍ୟରେ ଇଣ୍ଡିଆନ ଅଏଲ ଆୟୋଜନ କରୁଛି ସର୍ବଭାରତୀୟ କାରାଗାର ଚେସ୍ ଚମ୍ପିୟନସିପ୍ । ଆଉ ଚଳିତ ବର୍ଷ ଓଡିଶାରୁ ଚୌଦ୍ଵାର, ଭୁବନେଶ୍ବର, ପୁରୀ ଓ ବ୍ରହ୍ମପୁର ଜେଲର ଅନ୍ତେବାସୀମାନେ ଏହି ଚମ୍ପିୟନସିପପ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେଥିପାଇଁ ଏହି ଚାରି ଜେଲରେ ଏବେ ଚାଲିଛି ଏକ ମାସ ବ୍ୟାପୀ ଚେସ୍ ପ୍ରଶିକ୍ଷଣ ଶିବିର । ଏଥିରେ ରାଜ୍ୟର ଅଭିଜ୍ଞ ଚେସ୍  କୋଚମାନେ ପ୍ରଶିକ୍ଷଣ ଦେଉଛନ୍ତି ।

ଆସନ୍ତା ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ସର୍ବଭାରତୀୟ ଅନଲାଇନ କାରାଗାର ଚେସ୍ ଚମ୍ପିୟନସିପ୍ । ପ୍ରଥମେ ଏହି କଏଦୀମାନଙ୍କ ପାଇଁ ପ୍ରଶିକ୍ଷଣ ଦେବାକୁ ମନରେ ଭୟ ରହୁଥିବା ବେଳେ କଏଦୀମାନଙ୍କ ଇଚ୍ଛା ଓ ଉତ୍ସାହ ଶିଖାଇବାରେ ବେଶ ଆଗ୍ରହ ସୃଷ୍ଟି କରିଥିବା ଅନ୍ତର୍ଜାତୀୟ ଚେସ୍ ପ୍ରଶିକ୍ଷକ ସତ୍ୟରଞ୍ଜନ ମଲ୍ଲିକ । ଏହି ଚମ୍ପିୟନସିପ୍‌ରେ ଦେଶର ଯେଉଁ କାରାଗାର ଚେସ୍ ଟିମ୍ ଚମ୍ପିୟନ ହେବ ସେହି ଟିମ୍ ବିଶ୍ବ କାରାଗାର ଚେସ୍ ଚମ୍ପିୟନସିପ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ । ଗତବର୍ଷ ଭୁବନେଶ୍ବର ଚେସ୍ ଟିମ୍ ସର୍ବଭାରତୀୟ ସ୍ତରରେ ରନର୍ସ ଅପ୍ ହୋଇଥିଲା । ତେଣୁ ଓଡିଶାର ୪ଟିଯାକ କାରାଗାର ଟିମ୍ ଏବେ ଏହି ଚମ୍ପିୟନସିପ୍ ପାଇଁ ଜୋରସୋରରେ ଅଭ୍ୟାସ କରୁଛନ୍ତି ବୋଲି କୋଚ କହିଛନ୍ତି ।

ଅନ୍ୟପଟେ ଜେଲ ରେ ଥିବା ଅନ୍ତେବାସୀଙ୍କ ପାଇଁ ଏଭଳି ଏକ ପ୍ରୟାସ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କହିଛନ୍ତି । ସେ କହିଛନ୍ତି, ଯଦି ଆମେ ଅନ୍ତେବାସୀମାନଙ୍କର ବୌଦ୍ଧିକ ବିକାଶ ପାଇଁ ଚିନ୍ତା କରିବା ତେବେ ପ୍ରଥମେ ତାଙ୍କୁ କିଭଳି ମୁଖ୍ୟ ସ୍ରୋତରେ ଆଣି ପାରିବା ସେଥିପାଇଁ ପ୍ରୟାସ କରିବା ଆବଶ୍ୟକ । ଏଭଳି ପ୍ରଶିକ୍ଷଣ ଓ ପ୍ରତିଯୋଗିତାରେ ଭାଗ ନେଲେ ଆଗାମୀ ଦିନରେ ସେମାନଙ୍କ ମନରେ ପରିବର୍ତ୍ତନ ଆସିପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

ପ୍ରଶିକ୍ଷଣ ପରେ ମ୍ୟାଚ୍‌ଗୁଡିକ ଅନଲାଇନ୍‌ରେ ଖେଳାଯିବ । କେବଳ ଏହି ପ୍ରତିଯୋଗିତା ଦ୍ୱାରା କଏଦୀଙ୍କ ମାନସିକ ପରିବର୍ତ୍ତନ ହେବନି ବରଂ ଆଗମୀ ଦିନରେ ସେ ଜଣେ ଚେସ୍ ତାରକା ରୂପରେ ଉଭା ମଧ୍ୟ ପାଇ ପାରିବେ ।

You Can Read :

   Related Posts