ସିଲଂରେ ଆରମ୍ଭ ହେଲା ‘ଚେରି ବ୍ଲସମ ମହୋତ୍ସବ ୨୦୨୧’, ପ୍ରଥମ ଥର ହେଉଛି ସାହିତ୍ୟ ମହୋତ୍ସବ

Published By : Prameya-News7 Bureau | November 25, 2021 IST

ସିଲଂ ୨୫।୧୧: ମେଘାଲୟ ରାଜଧାନୀ ସିଲଂ ସମେତ ପୁରା ରାଜ୍ୟରେ ଏବେ ଗୋଲାପି ଚେରି ଫୁଲର ସମ୍ଭାର। ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଓ ଜାପାନ ରାଷ୍ଟ୍ରଦୂତ ସାତୋସୀ ସୁଜୁକି ଗୁରୁବାର ଏଠାରେ ୩ ଦିବସୀୟ ଚେରି ବ୍ଲସମ ମହୋତ୍ସବ-୨୦୨୧କୁ ଆନୁଷ୍ଠାନିକ ଉଦଘାଟନ କରିଛନ୍ତି। ଏଠାରେ ଏହା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ତେବେ ଗତବର୍ଷ କୋଭିଡ-୧୯ ଲାଗି କାର୍ଯ୍ୟକ୍ରମ ବନ୍ଦ କରିଦିଆଯାଇଥିବା ବେଳେ ଚଳିତବର୍ଷରୁ ପୁଣି ଆରମ୍ଭ ହୋଇଛି।

{"id":549960,"width":839,"height":483,"sizeSlug":"full","linkDestination":"none"}

ଏଥର କାର୍ଯ୍ୟକ୍ରମରେ ସାହିତ୍ୟ ନୂଆକରି ଯୋଡି ହୋଇଛି। ଉତ୍ସବରେ ସିଲଂ ସାହିତ୍ୟ ମହୋତ୍ସବ ମଧ୍ୟ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ଚଳିତବର୍ଷ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଆଗକୁ କାର୍ଯ୍ୟକ୍ରମରେ ସଙ୍ଗୀତ, କଳା ଓ ସଂସ୍କୃତିକୁ ମଧ୍ୟ ସାମିଲ କରାଯିବ ବୋଲି  କହିଛନ୍ତି। ତେବେ ପ୍ରଥମ କରି ଅନୁଷ୍ଠିତ ହେଉଥିବା ସାହିତ୍ୟ ମହୋତ୍ସବ ପୂର୍ବୋତ୍ତରରେ ଲୋକଙ୍କୁ ନିଜ ବିଚାରର ଆଦାନପ୍ରଦାନରେ ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି।

{"id":549961,"sizeSlug":"full","linkDestination":"none"}

ଏହି ମହୋତ୍ସବ କାଳରେ ସଙ୍ଗୀତ, ନୃତ୍ୟ, ଫ୍ୟାସନ ସୋ, ସ୍ଥାନୀୟ ମଦ୍ୟ ପ୍ରସ୍ତୁତି, ଜାପାନୀ ତଥା କୋରିଆ ରନ୍ଧନ କଳା ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ। ମେଘାଳୟ ରାଜ୍ୟ ଗଠନକୁ ୨୦୨୨ରେ ୫୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହି ଅବସରରେ ଯୁବବର୍ଗଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ସାହିତ୍ୟ ମହୋତ୍ସବ ରାଜ୍ୟର ଲେଖକ ଓ ପାଠକଙ୍କୁ ସାରା ଦେଶରୁ ଆସିଥିବା ସାହିତ୍ୟିକଙ୍କ ସହ ସମ୍ପର୍କ କରିବାର ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.