ନୟାଗଡ ପାଳୁଛି ଛେନାପୋଡ ଦିବସ, ଜୋର୍ ଧରିଲା ଜିଆଇ ଟ୍ୟାଗ୍ ମାନ୍ୟତା

Published By : Prameya-News7 Bureau | April 11, 2023 IST

ନୟାଗଡ ୧୧/୦୪: ନୟାଗଡ ପାଳୁଛି ବିଶ୍ୱ ଛେନାପୋଡ ଦିବସ । ଛେନାପୋଡକୁ ପ୍ରଥମେ ତିଆରି କରିଥିବା ସ୍ୱର୍ଗତଃ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ ଦିବସରୁପେ ପାଳନ କରାଯାଉଛି । ଗତବର୍ଷ ପ୍ରଥମ କରି ହେଲ୍‌ପିଙ୍ଗ ହାଣ୍ଡ ନାମକ ସ୍ୱେଚ୍ଛାସେବୀ ସଂସ୍ଥା ଏହି ଦିବସ ପାଳନ କରିଥିବା ବେଳେ ଚଳିତ ବର୍ଷ ସବୁ ବର୍ଗରେ ଏହାକୁ ପାଳନ କରାଯାଉଛି ।

ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଦିନ ୧୧ଟାରେ ଛେନାପୋଡ କାଟି ଦିବସ ପାଳନ କରିବାକୁ ପୂର୍ବରୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସନ୍ଧ୍ୟାରେ ଜନସାଧାରଣ ସହରର ଦୁର୍ଗାମଣ୍ଡପ ନିକଟରେ ଛେନାପୋଡ ଦିବସ ପାଳନ କରିବେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଅରୁଣ ସାହୁ ଯୋଗଦେବେ । କେବଳ ନୟାଗଡ ନୁହେଁ ଭୂବନେଶ୍ୱରରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଛେନାପୋଡ ଦିବସ ପାଳନ କରାଯାଉଛି ।

ନୟାଗଡ ଛେନାପୋଡକୁ ଜିଆଇ ଟ୍ୟାଗ୍ ମାନ୍ୟାତା ଦେବାକୁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି । ବିଭିନ୍ନ ସଂଗଠନ , ମଧୁ ବୈଶ୍ୟ ସମାଜ ଏବଂ ବିଧାୟକ ଅରୁଣ ସାହୁ ଏଥିପାଇଅଁ ପୂର୍ବରୁ ଏମଏସଏମଇ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏନେଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.