ଚତୁର୍ଥ ମହଲାରୁ ଖସି ଶିଶୁ ସିନା ବଞ୍ଚିଗଲା, କିନ୍ତୁ ଅନଲାଇନ୍ ଟ୍ରୋଲ ସହି ନପାରି ମାଆର ଆତ୍ମହତ୍ୟା

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ: ଚେନ୍ନାଇର ଏକ ଭିଡିଓ ଗତ କିଛି ଦିନ ତଳେ ବେଶ ଭାଇରାଲ ହୋଇଥିଲା । ଏଥିରେ ଛୋଟ ଶିଶୁଟି ଚତୁର୍ଥ ମହଲାରୁ ଖସିବା ପରେ ଟିଣ ଶେଡ୍‌ରେ ଝୁଲି ରହିଥିଲା । ଏହାପରେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏଥିପାଇଁ ଶିଶୁର ମାଆର ଅବହେଳା କଥା କୁହାଯାଇ ଅନଲାଇନରେ ଟ୍ରୋଲ୍ କରାଯାଇଥିଲା ।

ଚାରି ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟର ବାଲକୋନୀରୁ ଖସିବା ପରେ ଚମତ୍କାର ରୂପେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏହାପରେ ଶିଶୁର ମାଆକୁ ଖୁବ୍ ଟ୍ରୋଲ୍ କରାଯାଇଥିଲା । ମହିଳା ଜଣକ ଟ୍ରୋଲିଂରେ ଅସହ୍ୟ ହେବା ପରେ କୋଏମ୍ୱଟୁରରେ ନିଜ ବାପା ଘରକୁ ଯାଇଥିଲେ । ଯେଉଁଠି ସେ ଆତ୍ମହତ୍ୟା କରିଛନ୍ତି । କୋଏମ୍ୱଟୁର କରମାଦାଇ ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାର ଲୋକ କହିଛନ୍ତି ଯେ ଘଟଣା ପରେ ମହିଳା ଜଣକ ମାନସିକ ଅବସାଦରେ ଥିଲେ । ପୋଲିସ କହିବା ଅନୁସାରେ ପ୍ରାୟ ଦୁଇ ସପ୍ତାହ ତଳେ ନିଜ ସ୍ୱାମୀ ଏବଂ ୫ ବର୍ଷ ଏବଂ ଆଠ ମାସର ଦୁଇ ପିଲାଙ୍କ ସହ ନିଜ ବାପା ଘରକୁ ଆସିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜଣେ ପଡ଼ୋଶୀ ଭିଡିଓ କ୍ଲିପକୁ ଫୋଷ୍ଟ କରିଥିଲେ ଯେଉଁଥିରେ କିଛି ଜଣ ନିଜ ଜୀବନକୁ ବାଜିରେ ଲଗାଇ ୮ ମାସର ଶିଶୁକୁ ଉଦ୍ଧାର କରୁଛନ୍ତି । ଏପ୍ରିଲ୍ ୨୮ରେ ନିଜ ମାଆ କୋଳରୁ ଖସି ଦ୍ୱିତୀୟ ମହଲରା ଟିଣ ଶେଡ୍ ଉପରେ ପଡ଼ିଥିଲା । ଭିଡିଓ ଦେଖିବା ପରେ ଶିଶୁକୁ ଉଦ୍ଧାର କରୁଥିବା ଲୋକଙ୍କୁ ୟୁଜର ପ୍ରଶଂସା କରିଥିବା ବେଳେ ମାଆକୁ ସମାଲୋଚନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.