ଚେନ୍ନାଇ ୨୩।୦୪ : ଆଇପିଏଲ୍ର ୧୭ ତମ ସଂସ୍କରଣ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ମଙ୍ଗଳବାର ଦିନ ଖେଳାଯିବ ଚଳିତ ସିଜିନ୍ ୩୯ ତମ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ । ରାତି ୭ ଟା ୩୦ ମିନିଟ୍ରେ ଖେଳାଯିବ ଏହି ମୁକାବିଲା । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ରେ ବିଜୟୀ ଜରୁରୀ ।
ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପର କିଙ୍ଗସ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୪ର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ତେବେ ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶାଣିତ ପ୍ରଦର୍ଶନ କରୁଛି । ତେଣୁ ପ୍ଲେ-ଅପ୍ ରେସ୍ରେ ରହିବାକୁ ହେଲେ ଦଳକୁ ଏହି ମ୍ୟାଚ୍ରେ ବିଜୟ ଜରୁରୀ । ହେଲେ ଚେନ୍ନାଇ ପାଇଁ ଟେନ୍ସନ୍ ଓପନର ଯୋଡି । ଏବେ ଯାଏଁ ଓପନିଂ ଯୋଡି ଭଲ ଆରମ୍ଭ କରିପାରିନାହାନ୍ତି । ମଧ୍ୟ କ୍ରମ ଏବଂ ଶେଷ ଆଡକୁ ଆସୁଥିବା ବ୍ୟାଟରଙ୍କ ଲାଗି ଦଳ ସମ୍ମାନଜନକ ସ୍କୋର କରିପାରୁଛି । ତେବେ ଦେଖାଯାଉ ଆଜିର ମ୍ୟାଚ୍ରେ କିପରି ପ୍ରଦର୍ଶନ କରୁଛି ସିଏସ୍କେ ।
ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବେ ସୁଦ୍ଧା ୭ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହେବାକୁ ପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୫ମ ସ୍ଥାନରେ ରହିଛି ଟିମ୍ । ଚେନ୍ନାଇ ପରି ଲକ୍ଷ୍ନୌ ଟିମ୍ ମଧ୍ୟ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶାଣିତ ପ୍ରଦର୍ଶନ ଜାରି ରଖିଛି । ତେଣୁ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ର ୧୭ ତମ ସିଜିନ୍ରେ ରାଜସ୍ଥାନ ରୟାଲ୍ସ ୮ଟି ମ୍ୟାଚ ଖେଳିସାରିଛି । ଯେଉଁଥିରୁ ୭ଟିରେ ବିଜୟୀ ସହ ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି । ଏହାପରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ୭ଟି ମ୍ୟାଚ୍ରୁ ୫ଟିରେ ବିଜୟୀ ହାସଲ କରିଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ସେହିପରି ସନରାଇଜର୍ସ ହାଇଦ୍ରାବାଦ୍ ଟିମ୍ ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହାସଲ କରିଛି । ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୩ୟ ସ୍ଥାନରେ ରହିଛି । ଏହାପରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ୭ଟି ମ୍ୟାଚ୍ରୁ ୪ଟିରେ ବିଜୟୀ ହାସଲ କରିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୪ର୍ଥ ସ୍ଥାନରେ ରହିଛି ।