Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରିଜର୍ଭ ଡେ’ରେ IPL ଫାଇନାଲ; ଚେନ୍ନାଇ-ଗୁଜରାଟ ମଧ୍ୟରେ ଟକ୍କର, ବର୍ଷା ଯୋଗୁ ସ୍ଥଗିତ ରହିଥିଲା ମ୍ୟାଚ୍

29/05/2023 at 11:02 AM

ଅହମ୍ମଦାବାଦ ୨୯/୦୫: ରିଜର୍ଭ ଡେ’ରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ୍ । ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ଲଢେଇ । ସଂଧ୍ୟା ୭ଟା ୩୦ମିନିଟକରୁ ଖେଳ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି । ରବିବାର ବର୍ଷା ଖେଳରେ ବାଧକ ସାଜିଥିଲା । ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା । ତେଣୁ ଫାଇନାଲ ମୁକାବିଲା ପାଇଁ ଗୋଟିଏ ରିଜର୍ଭ ଡେ’ ରହିଥିବାରୁ ଆଜି ଖେଳାଯିବ ମ୍ୟାଚ୍ ।   

ଗତକାଲି ପ୍ରବଳ ବର୍ଷା ଯୋଗୁ ପଡ଼ିଆ ପାଣି ଭର୍ତ୍ତି ହୋଇଯାଇଥିଲା । ବର୍ଷା ଛଡିଲା ପରେ ପାଣିକୁ ଶୁଖାଇବକୁ ପ୍ରାୟ ୧ଘଣ୍ଟା ଲାଗିଥିଲା । ଏପରି କି ୫ ଓଭର ବିଶିଷ୍ଟ ମ୍ୟାଚ ଖେଳିବାକୁ ଚିନ୍ତା କରାଯାଇଥିଲା, ହେଲେ ଆଉଟ୍ ଫିଲ୍ଡ ଶୁଖିନଥିବାରୁ ମ୍ୟାଚକୁ ରିଜର୍ଭ ଡେ’କୁ ପରିବର୍ତ୍ତନ କରାଯାଇଥିଲା । ମ୍ୟାଚ୍‌ ରେଫରୀ ସ୍ଥିତି ସମୀକ୍ଷା ପରେ ଅମ୍ପାୟାର ମାନଙ୍କ ସହ ଆଲୋଚନା  କରି ରାତି ୧୦.୫୨ ମିନିଟରେ ମ୍ୟାଚ୍‌କୁ  ସ୍ଥଗିତ ଘୋଷଣା କରିଥିଲେ ।

ଆଜି ସଂଧ୍ୟାରେ ହେବ ମହାମୁକାବିଲା । ସିଏକସେ ଓ ଜିଟି ମଧ୍ୟରେ ଟକ୍କର ହେବ । ୪ଥର ଚାମ୍ପିଅନ ଟିମ୍ ଚେନ୍ନାଇକୁ ମାତ୍ ଦେବାକୁ ଡିଫେଣ୍ଡିଂ ଚାମ୍ପିଅନ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ପ୍ରବଳ ବର୍ଷା ହୋଇଥିବା ପଡ଼ିଆ ସାମାନ୍ୟ ଧିମା ରହିବ । ଏହା ବୋଲରଙ୍କୁ ସୁହାଆଇବ । ଉଭୟ ଦଳ ବୋଲର ଟପ୍ ଫର୍ମରେ ରୋମାଞ୍ଚକର ହେବ ମ୍ୟାଚ୍ ।

   Related Posts