Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

IPL 2022: ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗ୍ସ, ରାଜସ୍ଥାନ ଦଳକୁ ଫେରିଲେ ହେଟମାୟର

20/05/2022 at 7:07 PM

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୮ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ । ରୟାଲ୍ସ ପାଇଁ ବିଜୟ ଜରୁରୀ । ଆଜି ଜିତିଲେ ରୟାଲ୍ସ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ । ବଡ଼ ବ୍ୟବଧାନରେ ପରାଜିତ ହେଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ରନ୍‌ ରେଟ୍‌ ଓ ଅନ୍ୟ ଦଳର ପ୍ରଦର୍ଶନକୁ ଦେଖିବାକୁ ପଡ଼ିବ । ସୁପରକିଙ୍ଗ୍‌ସ ପ୍ଲେ- ଅଫ ଦୌଡରୁ ବାଦ ପଡ଼ି ସାରିଛି । ଆସନ୍ତା କାଲି ରୟାଲ୍ସକୁ ଅଟକାଇବାର ସୁଯୋଗ ସୁପରକିଙ୍ଗ୍‌ସ ନିକଟରେ ରହିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ। ମ୍ୟାଚରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି। ଶିବମ ଦୁବେଙ୍କ ସ୍ଥାନରେ ଅମ୍ବତି ରାୟୁଡୁଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ରାଜସ୍ଥାନ ମଧ୍ୟ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ସିମରନ ହେଟମାୟର ଦଳକୁ ଫେରିବାରୁ ଜିମି ନିଶାନ ବାଦ୍ ପଡିଛନ୍ତି।

ରୟାଲ୍ସକୁ ହରାଇବାକୁ ହେଲେ ସୁପରକିଙ୍ଗ୍‌ସକୁ ପ୍ରଥମେ ଦୁର୍ଦ୍ଦର୍ଷ ବ୍ୟାଟର ଜୋସ ବଟଲରଙ୍କୁ ଅଟକାଇବାକୁ ହେବ। ବଟଲର ଚଳିତ ସିଜନରେ ୩ଟି ଶତକ ଅର୍ଜନ କରିଛନ୍ତି । ଅରେଞ୍ଜ କ୍ୟାପ ମଧ୍ୟ ତାଙ୍କ ନିକଟରେ ରହିଛି। ତାଙ୍କୁ ସହଳ ଆଉଟ୍‌ କରିପାରିଲେ ରୟାଲ୍ସ ବଡ ସ୍କୋରରୁ ବଞ୍ଚିତ ହେବ । ରୟାଲ୍ସର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ।

ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ଫର୍ମରେ ରହିଛନ୍ତି । ସୁପରକିଙ୍ଗ୍‌ସ ଚଳିତ ସିଜନରେ ଉନ୍ନତ ପ୍ରଦର୍ଶନ କରିପାରି ନ ଥିଲେ ହେଁ କିଛି ଯୁବ ପ୍ରତିଭାବାନ ଖେଳାଳିଙ୍କୁ ପାଇଛି । ବିଶେଷ କରି ପେସ୍‌ ବୋଲର ମୁକେଶ ଚୌଧୁରୀଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଛି । ଆସନ୍ତା କାଲି ଦୁଇ ଓପନର ଋତୁରାଜ ଗାଏକୱାଡ୍‌ ଓ ଡେଭନ କନୱେଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଆଶା କରାଯାଉଛି ।

   Related Posts