LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPL 2023: ଉଦଘାଟନୀ ମ୍ୟାଚ୍‌ରେ ଗର୍ଜିଲା ଋତୁରାଜଙ୍କ ବ୍ୟାଟ୍, ଗୁଜରାଟକୁ ୧୭୯ ରନର ଟାର୍ଗେଟ୍ ଦେଲା ଚେନ୍ନାଇ

31/03/2023 at 9:38 PM

ଅହମ୍ମଦାବାଦ: ଆରମ୍ଭ ହେଲା ଦୁନିଆର ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲ୍। ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୩ର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ରାଇଟନ୍ସ ଏବଂ ୪ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ରେ ଋତୁରାଜଙ୍କ ବ୍ୟାଟ୍ ଗର୍ଜିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ଋତୁରାଜ ଗାଏକଓ୍ଵାଡଙ୍କ ବିସ୍ଫୋରକ ୯୨  ରନ ବଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍  ହରାଇ ୧୭୮ ରନ କରିଛି। ଉଦଘାଟନୀ ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ସମ୍ମୁଖରେ ରହିଛି ୧୭୯ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଗୁଜରାଟ ପକ୍ଷରୁ ରଶିଦ ଖାନ, ମହମ୍ମଦ ଶାମି ଏବଂ ଆଲଜରୀ ଯୋଶେଫ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଦଳୀୟ ସ୍କୋର ୧୪ ରନରେ ପ୍ରଥମ ଝଟକା ଲାଗିଥିଲା। ଡେଭନ କନଓ୍ଵେ(୧) ଆଉଟ୍ ହୋଇଥିଲେ। ଏହା ପରେ ଅନ୍ୟ ଓପନର ଋତୁରାଜ ଗାଏକଓ୍ଵାଡ ଏବଂ ମୋଇନ ଅଲ୍ଲୀ ଦ୍ଵିତୀୟ ଓ୍ଵିକେଟ୍‌ ଲାଗି ୩୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୫୦ ରନରେ ମୋଇନ ଅଲ୍ଲୀ(୨୩) ପାଭିଲିୟନ ଫେରିଥିଲେ। ବେନ ଷ୍ଟୋକ୍ସ(୭) ଦଳକୁ  ନିରାଶ କରିଥିଲେ।

ଅନ୍ୟପଟେ ଋତୁରାଜ ଗାଏକଓ୍ଵାଡ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଅମ୍ବତି ରାୟୁଡୁଙ୍କ ସହ ମିଶି ଚତୁର୍ଥ ଓ୍ଵିକେଟ୍‌ରେ ୫୧ ରନ ଯୋଡିଥିଲେ। ୧୨୧ ରନ ସ୍କୋରରେ ରାୟୁଡୁ(୧୨) ଆଉଟ୍ ହୋଇଥିଲେ। ଏହା ପରେ ଚେନ୍ନାଇ ନିୟମିତ ଓ୍ଵିକେଟ୍  ହରାଇବାରୁ ରନ ଗତି ଧିମେଇ ଯାଇଥିଲା। ଶତକ ଆଡକୁ ଅଗ୍ରସର ହେଉଥିବା ଋତୁରାଜ ୯୨ ରନ କରି ଆଉଟ୍ ହେବା ଚେନ୍ନାଇ ସମର୍ଥକଙ୍କୁ ନିରାଶ କରିଛି। ସେ ୫୦ ବଲ୍‌ରୁ ୪ ଚୌକା ଏବଂ ୯ ଛକା ବଳରେ ଏହି ସ୍କୋର କରିଥିଲେ। ରବୀନ୍ଦ୍ର ଜାଡେଜା(୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ  ୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଏବଂ ଚୌକା ସହ ୧୪ ରନ କରି ଅପରାଜିତ ଥିଲେ।

ଗୁଜରାଟ୍ ଟାଇଟନ୍ସ ପକ୍ଷରୁ ରଶିଦ ଖାନ ୪ ଓଭରରେ ୨୬ ରନ ଦେଇ ୨ଟି, ମହମ୍ମଦ ଶାମି ୨୯ ରନ ଦେଇ ୨ଟି ଏବଂ ଅଲଜାରୀ ଯୋଶେଫ ୩୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

   Related Posts