ଦିଲ୍ଲୀ ବୋଲରଙ୍କ ମାପଚୁପ ବୋଲିଂ, ୧୬୭ ରନରେ ଅଟକିଲା ଚେନ୍ନାଇ ସୁପର କିଙ୍ଗ୍ସ

Published By : Prameya-News7 Bureau | May 10, 2023 IST

ଚେନ୍ନାଇ: ବୁଧବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୫୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଦିଲ୍ଲୀ  ବୋଲରଙ୍କ ଚାପଚୁପ ବୋଲିଂ ଫଳରେ କୌଣସି ବ୍ୟାଟର ଲମ୍ବା ଇନିଂସ ଖେଳିବାରେ ବିଫଳ ହେବାରୁ ଚେନ୍ନାଇ ୮ ଓ୍ଵିକେଟ୍ ହରାଇ ୧୬୭ ରନ କରି ପାରିଛି। ଦଳ ପକ୍ଷରୁ ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକ  ହାସଲ କରି ପାରି ନାହାନ୍ତି। ତଥାପି ଚେନ୍ନାଇ ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ଦଳ ପକ୍ଷରୁ ଶିବମ ଦୁବେ ସର୍ବାଧିକ ୨୫ ରନ କରିଥିବା ବେଳେ ଅନ୍ୟ ୫ ବ୍ୟାଟରଙ୍କ ବ୍ୟକ୍ତିଗତ ସ୍କୋର ୨୦ରୁ ୨୫ ରନ ମଧ୍ୟରେ ରହିଛି। ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବାକୁ ହେଲେ ଦିଲ୍ଲୀ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରହିଛି। ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ଶ ୧୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ୍ ୨ଟି ସଫଳତା ପାଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.