ସ୍କୁଲ ଛାତ୍ରୀଙ୍କ ହୃଦୟ ବିଦାରକ ସୁଇସାଇଡ୍ ନୋଟ୍: ଜଣେ ଝିଅ ମା' କୋଳରେ ଓ କବରରେ ସୁରକ୍ଷିତ, ବାପା-ମା' ପିଲାଙ୍କୁ ଆମର ସମ୍ମାନ କରିବା ଶିଖାନ୍ତୁ

Published By : Prameya-News7 Bureau | December 20, 2021 IST

ଚେନ୍ନାଇ ୨୦/୧୨ : ଚେନ୍ନାଇରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀ ଜଣକ ସୁଇସାଇଡ ନୋଟ ଛାଡିଛନ୍ତି। ସୂଇସାଇଡ ନୋଟରେ ସେ ନିଜ ପୀଡା ଲେଖିଛନ୍ତି। ମାମଲାରେ ପୋକସୋ ଆକ୍ଟ ଅନୁସାରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରଙ୍କୁ ଗିରଫ କରାଯାଉଛି। ସୁଇସାଇଡ୍ ନୋଟରେ ଛାତ୍ରୀ ଲେଖିଛନ୍ତି ଯେ ଜଣେ ଝିଅ କେବଳ ନିଜ ମା' କୋଳରେ ସୁରକ୍ଷିତ ନାଚତେ କବରରେ ସୁରକ୍ଷିତ ରହେ। କିନ୍ତୁ ସ୍କୁଲ ସୁରକ୍ଷିତ ନୁହେଁ। ଶିକ୍ଷକଙ୍କ ଉପରେ ମଧ୍ୟ ଭରସା କରାଯାଇ ପାରିବନାହିଁ।

ମାନସିକ ରୂପେ ଚିନ୍ତିତ ହୋଇଥିବାରୁ ମୁଁ ପଢି ପାରୁନାହିଁ କି ଶୋଇ ପାରୁନାହିଁ। ଝିଅମାନଙ୍କ ସମ୍ମାନ କରିବାକୁ ପ୍ରତ୍ୟେକ ବାପା-ମା'ଙ୍କୁ ନିଜ ପିଲାଙ୍କୁ ଓ ପୁଅଙ୍କୁ ଶିଖାଇବା ଉଚିତ। ସୁଇସାଇଡ୍ ନୋଟ୍ ଶେଷରେ ଛାତ୍ରୀ ନିଜ ସମ୍ପର୍କୀୟ ଓ ଶିକ୍ଷକଙ୍କ ସମ୍ପର୍କରେ ଲେଖିଛନ୍ତି - ଆଉ ଯୌନ ଶୋଷଣ ବନ୍ଦ କର, ଜଷ୍ଟିସ୍ ଫର୍ ମି।

ମାମଲାରେ ଗିରଫ ହୋଇଥିବା କଲେଜ ଛାତ୍ର ନିଜ ଦୋଷ ସ୍ୱୀକାର କରିଛନ୍ତି। ପୋଲିସକୁ ଦେଇଥିବା ବୟାନରେ ଅଭିଯୁକ୍ତ କହିଛି ଯେ ସେ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ସେ ଗତ ଦୁଇ ସପ୍ତାହ ହେଲା ଛାତ୍ରୀଙ୍କୁ ହଇରାଣ କରୁଥିଲା। ଲଗାତାର ଅଶ୍ଳୀଳ ଓ ଅଭଦ୍ର ମେସେଜ ପଠାଉଥିଲା। ୮ ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ବୋଲି ଅଭିଯୁକ୍ତ କହିଛି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଛାତ୍ରୀ ଓ ଅଭିଯୁକ୍ତ ଛାତ୍ର ଗୋଟିଏ ହିଁ ସ୍କୁଲରେ ପଢୁଥିଲେ। ୩ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ଛାତ୍ରୀ ବାଳିକା ସ୍କୁଲ ଚାଲି ଯାଇଥିଲେ। କିନ୍ତୁ ତାପରେ ଇନଷ୍ଟାଗ୍ରାମରେ ଦୁହେଁ ସାଙ୍ଗ ହୋଇଯାଇଥିଲେ ଓ କଥାବାର୍ତ୍ତା କରୁଥିଲେ। ସୁଇସାଇଡ ନୋଟ ଆଧାରରେ ପୋଲିସ ଯାଞ୍ଚ କରୁଛି ଯେ ଆଉ କେହି ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଇଛନ୍ତି କି।

ସୂଚନାଯୋଗ୍ୟ ଯେ, ତାମିଲନାଡୁରେ ଗତ କିଛି ସପ୍ତାହରେ ଯୌନ ଶୋଷଣ ମାମଲାରେ ୪ ଜଣ ଝିଅ ଆତ୍ମହତ୍ୟା କରିଛନ୍ତି। ୨ଟି ମାମଲାରେ ଶିକ୍ଷକ ଅଭିଯୁକ୍ତ ଥିଲେ। ଲଗାତାର ଏହିଭଳି ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଭିଡିଓ ମେସେଜ ଜାରି କରି କହିଛନ୍ତି ଯେ ଯେତେବେଳେ କାହାର ଜୀବନ ଯାଏଁ ମୋତେ ବହୁତ କଷ୍ଟ ହୁଏ। ଏହିଭଳି ପଦକ୍ଷେପ ନ ଉଠାଇ ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ସେମାନଙ୍କୁ ଦଣ୍ଡ ଦେବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.