ସେୟାର ବଜାରରେ କ୍ଷତି ହେବାରୁ ୧୦ ମହଲାରୁ ତଳକୁ ଡେଇଁ ପଡିଲେ ଟେକ୍ନିକାଲ ଏକ୍ସପର୍ଟ

Published By : Prameya-News7 Bureau | November 17, 2023 IST

ଚେନ୍ନାଇ ୧୭।୧୧: ସେୟାର ବଜାରରେ ନିବେଶ କରି କ୍ଷତିର ସମ୍ମୁଖୀନ ହେବାରୁ ଜଣେ ୨୬ ବର୍ଷିୟ ଟେକ୍ନିକାଲ ଏକ୍ସପର୍ଟ ତାଙ୍କ କାର୍ଯ୍ୟାଳୟ କୋଠରୁ ତଳକୁ ଡେଇଁପଡିଛନ୍ତି। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କୁ ପଲ୍ଲୀକରନଇ  ରାଜଲକ୍ଷ୍ମୀ ନଗରର ଇ. ଭୁବନେଶ ଭାବେ ଚିହ୍ନଟ କରାଯାଇଛି। ପ୍ରଥମିକ ତଦନ୍ତ ପରେ ପୋଲି କହିଛି ଯେ ମୃତକ ସେୟାର ବଜାରରେ ନିବେଶ କରିବା ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ। ତେବେ ନିବେଶ ରାଶି ବୁଡିଯିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି।

{"id":871037,"sizeSlug":"full","linkDestination":"none"}

ସେୟାର ବଜାରରେ କ୍ଷତିର ସମ୍ମୁଖୀନ ହେବାରୁ ସେ କିଛି ମାସ ହେଲା ଋଣ ବାବଦ କିସ୍ତି ସୁଝି ପାରୁନଥିଲେ। ଏଣୁ ବ୍ୟାଙ୍କରୁ ତାଙ୍କୁ ବାରମ୍ବାର ଫୋନ ଆସୁଥିଲା। ବଢିଚାଲିଥିବା ଋଣ ରାଶିକୁ ସମ୍ଭାଳି ନ ପାରି ଇ.ଭୁବନେଶ୍ ଶେଷରେ ତାଙ୍କ ୧୦ ମହଲା ବିଶିଷ୍ଟ କାର୍ଯ୍ୟାଳୟ ବିଲ୍ଡିଂ ଛାତକୁ ଯାଇ ତଳକୁ ଡେଇଁପଡିଥିଲେ। ସେ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ସେୟାର ବଜାରରେ ନିବେଶ କରିଥିଲେ। ତେବେ ବଜାରରେ ତାଙ୍କର ଲଗାତାର କ୍ଷତି ହେଉଥିଲା। ସେ ସେୟାର ବଜାରରେ ନିବେଶ ନିମନ୍ତେ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଋଣ କରିଥିଲେ।

{"id":871038,"width":841,"height":473,"sizeSlug":"full","linkDestination":"none"}

ସେୟାର ବଜାର ନିବେଶରେ ହେଉଥିବା କ୍ଷତି ପାଇଁ ତାଙ୍କ ପିତା ଏଲଙ୍ଗୋଭନ ଘର ବନ୍ଧା ପକାଇ ବ୍ୟାଙ୍କ ଋଣ ସୁଝି ଦେବେ ବୋଲି ପୁଅକୁ କହିଥିଲେ। ତେବେ ପୁଅର ଏପରି ପଦକ୍ଷେପ ପିତାଙ୍କୁ ନିରାଶ କରିଛି। ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କିଛି ମାସ ପୂର୍ବରୁ ହୋଇଥିବା କ୍ଷତି ପାଇଁ ଭୁବନେଶ ବ୍ୟାଙ୍କର ସୁଧ ପୈଠ କରିନଥିଲେ। ଏଣୁ ତାଙ୍କ ଋଣର ସୁଧମୂଳମିସି ବଢିବାକୁ ଲାଗିଥିଲା। ସେ ଚାହିଁକରି ବି ବ୍ୟାଙ୍କ ଋଣ ସୁଝି ନପାରିବାରୁ ଶେଷରେ ଏଭଳି ପଦକ୍ଷେପ ନେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.