ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ବୋମା ତିଆରି ବେଳେ ବିସ୍ଫୋରଣ; ଗ୍ୟାଙ୍ଗଷ୍ଟର ଦୁଇ ହାତ କାଟି ଦେଲେ ଡାକ୍ତର

5/02/2023 at 5:05 PM

ଚେନ୍ନାଇ: ବୋମା ତିଆରି କରୁଥିଲେ ଗ୍ୟାଙ୍ଗଷ୍ଟର। ବିସ୍ଫୋରଣରେ ଉଡ଼ିଗଲା ଦୁଇ ହାତ। ଚେନ୍ନାଇର ଭୟଙ୍କର ଗ୍ୟାଙ୍ଗଷ୍ଟର ଓଟ୍ଟେରୀ କାର୍ତିର ଏଭଳି ଦୁର୍ଦ୍ଦଶା ହୋଇଥିବା ସ୍ଥାନୀୟ ହସ୍‌ପିଟାଲ୍‌ରୁ ସୂଚନା ମିଳିଛି। ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି।

ଏହି ବିସ୍ଫୋରଣରେ ଗ୍ୟାଙ୍ଗଷ୍ଟାର ଓଟ୍ଟେରୀ ହାତ ଓ ପାଦ ଉଭୟ କ୍ଷତିଗ୍ରସ୍ତ ହୋଇଛି। ତେବେ ହାତର ସ୍ଥିତି ଅଧିକ ଖରାପ ଥିବାରୁ ବାଧ୍ୟ ହୋଇ ଦୁଇଟି ହାତକୁ କାଟିବାକୁ ପଡ଼ିଛି।  

ପୁଲିସର ସୂଚନା ଅନୁସାରେ କାର୍ତି ପୁଝାଲ ଜେଲ୍‌ରେ ଥିବା ବେଳେ ବିଜୟକୁମାର ନାମକ ଜଣେ ବ୍ୟକ୍ତିଙ୍କ ସହ ତାର ପରିଚୟ ହୋଇଥିଲା। ଦୁଇ ଦିନ ତଳେ ସେ ବିଜୟ ଘରକୁ ଯାଇଥିଲା। ଏହାପରେ କାର୍ତ୍ତି ନିୟମିତ ବିଜୟ କୁମାରକୁ ଯାଇ ତା ଛାତ ଉପରେ ବୋମା ତିଆରି କରୁଥିଲା। ବୋମା ତିଆରି ବେଳେ ସେଥିରୁ ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ହାତ ଦୁଇଟି ନଷ୍ଟ ହୋଇଯାଇଥିବା ବେଳେ ଗୋଡ ବି କ୍ଷିତିଗ୍ରସ୍ତ ହୋଇଛି। ପୁଲିସ ମାମଲାରେ ତଦନ୍ତ ଜାରି ରଖିଛି।

   Related Posts