ବିମାନବନ୍ଦରରେ ଉଦ୍ଧାର ହେଲେ ବିରଳ ମାଙ୍କଡ ଓ ଅଜଗର ସାପ ସହ ଅନ୍ୟାନ୍ୟ ବନ୍ୟଜନ୍ତୁ

Published By : Prameya-News7 Bureau | August 13, 2022 IST

ଚେନ୍ନାଇ: ବିମାନ ନମ୍ବର TG-337ରେ ଜଣେ ବ୍ୟକ୍ତି ଆସୁଥିବା ଖବର ମିଳିଥିଲା କଷ୍ଟମ ଅଫିସରଙ୍କୁ। ଏହାପରେ ତୁରନ୍ତ ବିମାନବନ୍ଦରରେ ହାଜର ହୋଇଗଲା ସୀମାଶୁଳ୍କ ଅଧିକାରୀଙ୍କ ଟିମ୍। ବ୍ୟକ୍ତିଙ୍କୁ ଧରିବାରୁ ତାଙ୍କ ଠାରୁ ଜବତ ହେଲା ଜୀବନ୍ତ ବନ୍ୟପ୍ରାଣୀ। ଯେଉଁଥିରେ ଥିଲେ ଡି. ବ୍ରାଜା ମାଙ୍କଡ଼,୧୫ଟି ରଣା ସାପ, ୫ ଟି ବଲ୍‌ ପାଇଥନ ଓ ଦୁଇ ଆଲଡବ୍ରା କଇଁଛ ଜବତ କରାଯାଇଛି।


ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କ ବ୍ୟାଙ୍କକରୁ ଏହିସବୁ ବନ୍ୟଜନ୍ତୁଙ୍କୁ ନେଇ ଆସୁଥିବା ବେଳେ ଅଗଷ୍ଟ ୧୧ ତାରିଖରେ ଚେନ୍ନାଇ ବିମାନବନ୍ଦରରେ ଧରାପଡ଼ିଥିଲେ। ଏହି ଘଟଣାରେ କଷ୍ଟମ ଅଫିସରମାନଙ୍କ ପକ୍ଷରୁ ତଦନ୍ତ ଜାରି ରହିଛି। ଉକ୍ତ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରାଯାଉଛି।

ଏହିସବୁ ବନ୍ୟଜନ୍ତୁ କେବେ ଠାରା ଏମିତି ବେଆଇନ ଚାଲାଣ କରାଯାଉଛି ? ଏଥିପାଇଁ ବଡ ରାକେଟ କାମ କରୁଛି କି ନାଁ ସେସବୁ ବିଷୟରେ ତଦନ୍ତ ଜାରି ରହିଛି।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.