ବ୍ୟବସାୟୀଙ୍କ ନିଆରା ପ୍ରୟାସ, ଦୀପାବଳି ଉପହାରରେ କର୍ମଚାରୀଙ୍କୁ ଦେଲେ ୧.୨ କୋଟିର କାର୍ ଏବଂ ବାଇକ୍

Published By : Prameya-News7 Bureau | October 18, 2022 IST

ଚେନ୍ନାଇ: ଆଲୋକର ପର୍ବ ଦୀପାବଳି ପାଇଁ ଆଉ ଦିନ କେଇଟା ବାକି ରହିଛି। ଦୀପାବଳି ପାଇଁ ଏବେଠାରୁ ସବୁଠି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଅନେକ ସମୟରେ ଦୀପାବଳି ପାଇଁ ବିଭିନ୍ନ କମ୍ପାନୀ ସେମାନଙ୍କର କର୍ମଚାରୀମାନଙ୍କୁ ବୋନସ୍ ଦେଇଥାନ୍ତି। ଏବେ ଚେନ୍ନାଇ ସ୍ଥିତ ଏକ କମ୍ପାନୀର ଏଭଳି ଏକ  କାମକୁ ନେଇ ସବୁ ମହଲରେ ଚର୍ଚ୍ଚା। ଚେନ୍ନାଇର ଜଣେ ବ୍ୟବସାୟୀ ନିଜର କର୍ମଚାରୀ ଏବଂ ସହକର୍ମୀଙ୍କୁ ୧.୨ କୋଟି ଟଙ୍କାର କାର୍ ଏବଂ ବାଇକ୍ ଉପହାର ଦେଇଛନ୍ତି।

ଛାଲାନୀ ଜ୍ବେଲେର୍ସର ମାଲିକ ଜୟନ୍ତୀ ଲାଲ୍ ଛାୟାନ୍ତି ତାଙ୍କର କର୍ମଚାରୀଙ୍କୁ ୮ ଟି କାର୍ ଏବଂ ୧୮ଟି ବାଇକ୍ ଉପହାର ଦେଇଛନ୍ତି। ଆଉ ଏହି ଉପହାର ପାଇ ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଏମିତିକି କିଛି କର୍ମଚାରୀ ଭାବବିହ୍ବଳ ହୋଇପଡ଼ିଥିଲେ। ଏଏନଆଇର ଏକ ରିପୋର୍ଟ ଅନୁଯାୟୀ ଜୟନ୍ତୀଲାଲ୍ କହିଛନ୍ତି ଯେ ତାଙ୍କ ଷ୍ଟାଫ୍ ତାଙ୍କ ପାଇଁ ପରିବାର ପରି। ଏହିମାନେ ତାଙ୍କୁ  ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସାଥ୍ ଦେଇଛନ୍ତି। ସେ କହିଛନ୍ତି ଏହା ସେମାନଙ୍କ କାମକୁ ନେଇ ଅଧିକ ଉତ୍ସାହିତ କରିବ ଏବଂ ସେମାନଙ୍କ ଜୀବନରେ କିଛି ସ୍ବତନ୍ତ୍ର ଅନୂଭୁତି ଆଣିବ। ବର୍ତ୍ତମାନ ଏହାର ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.