ରଜନୀକାନ୍ତଙ୍କ କ୍ରେଜ୍; ଫିଲ୍ମ ‘ଜେଲର’ ପାଇଁ ସବୁ ଅଫିସ୍ ଛୁଟି, ଜାଣନ୍ତୁ କେଉଁ ସହରରେ ଲାଗୁ ଏହି ନିୟମ …
8/08/2023 at 9:55 AM

ମୁମ୍ବାଇ ୦୮।୦୮: ସୁପରଷ୍ଟାର ରଜନୀକାନ୍ତ। ୨ ବର୍ଷ ବ୍ୟବଧାନରେ ବଡ଼ ପରଦାରେ ନଜର ଆସୁଛନ୍ତି ଥଲାଇଭା । ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’। ରିଲଜ୍ ହେବା ପୂର୍ବରୁ ହିଁ ଫିଲ୍ମର ରହିଛି ଜବରଦସ୍ତ କ୍ରେଜ୍ । ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି ରଜନୀକାନ୍ତଙ୍କ ଫିଲ୍ମ ।

ଏବେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଫିଲ୍ମ ‘ଜେଲର’ ରିଲିଜ ପାଇଁ ଚେନ୍ନାଇ ଏବଂ ବେଙ୍ଗାଲୁରୁର ଅନେକ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ୧୦ ଅଗଷ୍ଟରେ ଛୁଟି ଘୋଷଣା କରିଛି । ‘ଜେଲର’ ଟିଜର ରିଲିଜ ହେବା ପରେ ଏହା ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି । କେବଳ ଆମ ଦେଶରେ ନୁହେଁ ଫିଲ୍ମ ଜେଲର ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଖବର ଅନୁଯାୟୀ ଏହା ବିଦେଶରେ ୧୦କୋଟି ଟଙ୍କା ଅଗ୍ରୀମ ବୁକିଂ ଅତିକ୍ରମ କରିଛି । ‘ଜେଲର’ ହେଉଛି ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମ । ଯେଉଁଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ନଜର ଆସିଛନ୍ତି ।

ପୂର୍ବରୁ ରିଲିଜ୍ ହୋଇଥିବା ଏକ ଶୋ’ରେ ରଜନୀକାନ୍ତଙ୍କ ଚରିତ୍ର ‘ଟାଇଗର’ ମୁଥୁଭେଲ୍ ପାଣ୍ଡିଆନ୍ ଦୁଇଟି ଭିନ୍ନ ଅବତାରରେ ପରିଚିତ ହୋଇଥିଲେ । ସୁପରଷ୍ଟାର ରଜନିକାନ୍ତ ଏହି ଫିଲ୍ମରେ ଜଣେ ପୋଲିସ ଅଧିକାରୀଙ୍କ ପିତା ଭୂମିକାରେ ଅଭିନୟ କରୁଛନ୍ତି।
You Can Read: