scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାତ୍ୟା ମିଗଜୋମ ପ୍ରଭାବ: ଚେନ୍ନାଇରେ ଭାସିଲା କାର୍‌, ରନଓ୍ବେରେ ପାଣି ଭରିବା ପରେ ବନ୍ଦ ହେଲା ବିମାନ ବନ୍ଦର

4/12/2023 at 6:31 PM

ନୂଆଦିଲ୍ଲୀ: ଆରମ୍ଭ ହୋଇଗଲାଣି ବାତ୍ୟା ମିଗଜୋମର ପ୍ରଭାବ। ସୋମବାର ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ବାତ୍ୟାର ବେଶ୍ ପ୍ରଭାବ ଦେଖିବାକୁ ମିଳିଛି। କେବଳ ତାମିଲନାଡୁ ନୁହେଁ ବରଂ ପଡ଼ୋଶୀ ରାଜ୍ୟରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେଲାଣି। ତେବେ ବାତ୍ୟାର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ଏମିତିକି ପ୍ରବଳ ବର୍ଷା କାରଣରୁ ଚେନ୍ନାଇ ବିମାନବନ୍ଦରକୁ ବନ୍ଦ କରିବାକୁ ପଡ଼ିଛି।

ପୂର୍ବରୁ ମଧ୍ୟ ପ୍ରବଳ ମାତ୍ରାରେ ପବନ ଏବଂ ବର୍ଷା କାରଣରୁ ୧୦ ବିମାନ ରଦ୍ଦ ହୋଇଥିବାବେଳେ ସୋମବାର ସଂପୂର୍ଣ୍ଣ ଭାବରେ ବିମାନ ଉଡ଼ାଣ ବନ୍ଦ କରଯାଇଛି। ଏହା ବ୍ୟତୀତ ଚାରି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଭୀଷଣ ବାତ୍ୟାର ରୂପ ନେଲା ‘ମିଗଜୋମ’; ଚେନ୍ନାଇ ଉପକୂଳରେ ପ୍ରଭାବ, କାନ୍ଥ ପଡ଼ି ୨ ମୃତ

ଏହାରି ମଧ୍ୟ ଚେନ୍ନାଇ ଏୟାରପୋର୍ଟର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ଯେ, ବିମାନ ବନ୍ଦର ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଛି। ସେହିଭଳି ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରବଳ ବର୍ଷା ଯୋଗୁଁ କିପରି ଗାଡ଼ି ଗୁଡ଼ିକ ପାଣିରେ ଭାସିଯାଉଛନ୍ତି। ସେପଟେ ମିଗଜୋମ ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପୁଡ଼ୁଚେରୀରେ ଆଲର୍ଟ ଜାରି ହୋଇଛି।

   Related Posts