ରାସ୍ତା ମଝିରେ ଜଳିଗଲା କେମିକାଲ୍ ବୋଝେଇ ଟ୍ରକ୍

Published By : Prameya-News7 Bureau | September 07, 2019 IST

ପାଟଣା ୭|୯: କେନ୍ଦୁଝରରେ କେମିକାଲ୍ ବୋଝେଇ ଟ୍ରକ୍ ରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

{"id":154376}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି ଅଘଟଣ । କେନ୍ଦୁଝରରୁ କଲିକତା ଅଭିମୁଖେ କେମିକାଲ ବୋଝେଇ ୧୪ ଚକିଆ ଟ୍ରକଟି ଯାଉଥିଲା । ହଠାତ୍ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.