Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏବେ ଦୁଷ୍କର୍ମକାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକସନ : ଜାଣନ୍ତୁ କେଉଁଠି

12/06/2019 at 3:10 PM

ନୂଆଦିଲ୍ଲୀ ୧୨/୬: ଦୁଷ୍କର୍ମ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ କେମିକାଲର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଆଲାବାମାରେ ଏହାକୁ ନେଇ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ନୂଆ ଆଇନ ଅନୁସାରେ ୧୩ବର୍ଷରୁ କମ୍ ବୟସର ଶିଶୁ ସହ ଯୈାନ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ନପୁଂସକ କରିବା ପାଇଁ ଇଞ୍ଜେକସନ ଲଗାଯିବ କିମ୍ବା ଔଷଧ ଦିଆଯିବ।

ଆଇନ ଅନୁସାରେ ଶିଶୁଙ୍କ ସହ ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ପୈରୋଲରେ ଛଡ଼ାଯିବା ପୂର୍ବରୁ ତାଙ୍କୁ ଇଞ୍ଜେକସନ୍ ଲଗାଯିବ। ଇଞ୍ଜେକସନ ଯୋଗୁଁ ବ୍ୟକ୍ତିର ପୈାରୁଷ କ୍ଷୟ ହୋଇଯିବ।

ଇଞ୍ଜେକସନ୍ ଲଗାଇବା ପୂର୍ବରୁ ଏହାର ପ୍ରଭାବ ସବୁଦିନ ଯାଏଁ ରହିବ ନାହିଁ। ବରଂ କିଛି ସମୟ ଯାଏଁ ଏହାର ପ୍ରଭାବ ରହିବ। ପ୍ୟାରୋଲ ନେବାର ପାଖାପାଖି ମାସେ ପୂର୍ବରୁ ଏହି ଇଞ୍ଜେକସନ ଲଗାଯିବ।

ଖାସ୍ କଥା ହେଉଛି ଏହା ଯେ ଇଞ୍ଜେକସନର ଖର୍ଚ୍ଚ ଦୁଷ୍କର୍ମକାରୀଙ୍କୁ ଦେବାକୁ ପଡ଼ିବ। ଯେଉଁ ଦୋଷୀମାନେ ଇଞ୍ଜେକସନ ନନେବା ପାଇଁ କହିବେ ସେମାନଙ୍କୁ ଜେଲରୁ ଛଡ଼ାଯିବ ନାହିଁ।

କୋର୍ଟ ଏହା ସ୍ଥିର କରିବ ଯେ କେତେ ଦିନ ଯାଏଁ ଦୁଷ୍କର୍ମକାରୀକୁ ଇଞ୍ଜେକସନ୍ ଦେବାର ଆବଶ୍ୟକତା ରହିଛି। କେମିକାଲ କାଷ୍ଟ୍ରାସନରେ ଟ୍ୟାବଲେଟ୍ କିମ୍ବା ଇଞ୍ଜେକସନର ବ୍ୟବହାର କରାଯାଉଛି। ଏହା ଦ୍ବାରା ଟେଷ୍ଟୋଷ୍ଟିରନର ପ୍ରଡକ୍ସନ ପ୍ରଭାବିତ ହୋଇଥାଏ ଏବଂ ବ୍ୟକ୍ତିର ସେକ୍ସ ଡ୍ରାଇଭ ଦୁର୍ବଳ ହୋଇଯାଇଥାଏ। ଚିକିତ୍ସା ବନ୍ଦ ହେବା ପରେ ଏହାର ପ୍ରଭାବ କମିବାକୁ ଲାଗିଥାଏ।

   Related Posts