ଜମିରେ ଛେଳି ଖାଇବାକୁ ନେଇ ଆକ୍ରମଣ, ପରିବାରର ୩ ଗୁରୁତର

Published By : Prameya-News7 Bureau | January 05, 2023 IST

ଖଣ୍ଡପଡା ୦୫/୦୧: ଜମିରେ ଛେଳି ଖାଇଦେବାକୁ ନେଇ ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଖଣ୍ଡପଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ଖଣ୍ଡପଡା ବ୍ଲକ କିଆଝର ଗାଁରେ । କିଆଝର ଗାଁର ଛେତ ସ୍ୱାଇଁଙ୍କ ଜମିରେ ପଡିଶା ଘର ପଦନ ମହାପାତ୍ରଙ୍କ ଛେଳି ବିରି ଖାଇଦେଇଥିଲା ।

ଏ ବାବଦରେ ଛେତ ଯାଇ ପଦନଙ୍କ ଘରେ ଅଭିଯୋଗ କରିଥିଲେ । ତେବେ ଘଟଣାକୁ ନେଇ ତୁମୁଳକାଣ୍ଡ ଘଟିଛି । ପଦନଙ୍କ ପରିବାର ଲୋକେ ଗତକାଲି ରାତିରେ ଛେତଙ୍କ ଘରେ ପଶି ତାଙ୍କ ଘର ଲୋକଙ୍କୁ ଆକ୍ରମଣ କରିଥିବା ଛେତ ଅଭିଯୋଗ କରିଛନ୍ତି । ତେବେ ଆକ୍ରମଣରେ ଛେତଙ୍କ ସମେତ ତାଙ୍କ ପରିବାରର ୩ଜଣ ଗୁରୁତର ଅବସ୍ଥାରେ ଖଣ୍ଡପଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.