ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଫସିଗଲେ ଚୋର : ଛେଳି ଚୋରି କରିବାକୁ ଆସିଥିଲେ, ଧରାପଡି ଦେଲେ ଜରିମାନା

30/09/2021 at 12:59 PM

ତେଲକୋଇ ୩୦।୦୯: ଛେଳି ଚୋରି କରିବାକୁ ଆସି ଫସିଗଲେ ଚୋର । ଧରାପଡିବା ସହ ଗାଁରେ ବସିଲା କଙ୍ଗାରୁ କୋର୍ଟ । ପାଞ୍ଚ ହଜାର ଟଙ୍କାର ଜରିମାନା ଦେଲେ ୩ ଯୁବକ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସୁନ୍ଦରିଆ ଗାଁର ଘଟଣା ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ସୁନ୍ଦରିଆ ଗାଁରୁ ଛେଳି ଚୋରି କରିବାକୁ ଆସିଥିଲେ ଚୋର । ଠିକ୍‌ ଏହି ସମୟରେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ ୩ ଚୋର । ଗାଁ ଲୋକେ ରାତିରେ ମଣ୍ଡପ ଘରେ ତିନିଜଣ ଚୋରାଙ୍କୁ ତାଲା ପକାଇଥିଲେ । ଚୋରିରେ ବ୍ୟବହାର ହେଉଥିବା ଗୋଟିଏ ବାଇକକୁ ମଧ୍ୟ ଗ୍ରାମବାସୀ ଜବତ କରିଥିଲେ । ଏହାପରେ ଆଜି ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ତେବେ ବସିଥିବା କଙ୍ଗାରୁ କୋର୍ଟରେ ଛେଳି ଚୋରମାନଙ୍କୁ ୫ହଜାର ଟଙ୍କାର ଫାଇନ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୫ହଜାର ଟଙ୍କା ଦେବା ପରେ କେସ୍‌କୁ ରଫାଦଫା କରିଥିଲେ ଗ୍ରାମାବାସୀ । ଏହାପରେ ବାଇକ ସହ ଚୋରମାନଙ୍କୁ ଛାଡି ଦେଇଥିଲେ ଗ୍ରାମବାସୀ ।  

   Related Posts