ନୂଆଦିଲ୍ଲୀ: ନୂଆବର୍ଷରେ ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କରୁ ଆସିଛି ଖୁସିଖବର। ପ୍ରକୃତରେ କୁନୋରେ ମାଈ ଚିତା ଆଶା, ତିନି ଶାବକ ଜନ୍ମ ଦେଇଛି। ବର୍ତ୍ତମାନ ଏହି ତିନି ଶାବକ ସୁସ୍ଥ ଅଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହ କୁନୋ ନାସନାଲ ପାର୍କରେ ଜନ୍ମିତ ଚିତାଙ୍କ ତିନି ଶାବକଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ତିନି ଶାବକ ସୁସ୍ଥ ନଜର ଆସିଛନ୍ତି।
ସୂଚନାଥାଉକି, କୁନୋ ନାସନାଲ ପାର୍କକୁ ୨୦୨୨ ସେପ୍ଟେମ୍ବର ୧୭ରେ ୮ ଚିତା ଅଣାଯାଇଥିଲା। ଏହି ସବୁ ଚିତା ନାମିବ୍ୟାରୁ ଅଣାଯାଇଥିଲା। ଏହି ଗ୍ରୁପ୍ରେ ରହିଥିଲା ମାଈ ଚିତା ଆଶା। ତେବେ ଏହି ନୂଆ ଶାବକଙ୍କ ସହ ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ୧୮ରେ ପହଞ୍ଚିଛି।
wp:html/wp:html#WATCH | Namibian Cheetah 'Aasha' gives birth to three cubs in MP's Kuno National Park, Union Environment minister Bhupender Yadav shares the video. pic.twitter.com/FaE3Ps6KDz
— ANI (@ANI) January 3, 2024
Video on X- ANI
ସେମାନଙ୍କ ମଧ୍ୟରେ ୧୪ ବୟସ୍କ ଏବଂ ଏକ ଶାବକ ଚିତା ଅଛନ୍ତି। ଏମାନଙ୍କ ମଧ୍ୟରେ କେବଳ ଦୁଇ ଚିତାଙ୍କୁ ଜଙ୍ଗଲକୁ ଛଡ଼ା ଯାଇଥିବାବେଳେ ଅନ୍ୟ ସବୁ ଚିତା ବଡ଼ ବଡ଼ ଖୁଆଡ଼ରେ ରହିଛନ୍ତି।
ଆହୁରି ପଢ଼ନ୍ତୁ: ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ପରେ ଏବେ ଭାରତକୁ ଉତ୍ତର ଆଫ୍ରିକାରୁ ଅଣାଯାଇପାରେ ଚିତା
ଉଲ୍ଲେଖଯୋଗ୍ୟ, ଭାରତରେ ଚିତା ପ୍ରୋଜେକ୍ଟ ଅନୁଯାୟୀ, ପର୍ଯ୍ୟାୟକ୍ରମେ ନାମିବ୍ୟାରୁ ୮ ଏବଂ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଅଣାଯାଇଥିଲା। ତେବେ କୁନୋରେ ୬ ଚିତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏବେ ତିନି ଶାବକଙ୍କ ଜନ୍ମ ପରେ କୁନୋରେ ଚିତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।