ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଖୁସି ଖବର: ‘ଆଶା’ ଗର୍ଭବତୀ, ଭାରତରେ ବଢିବ ଚିତା ସଂଖ୍ୟା

1/10/2022 at 5:29 PM

ନୂଆଦିଲ୍ଲୀ: ଦୁଇ ସପ୍ତାହ ତଳେ ନାମିବିଆରୁ ଆସିଥିବା ୮ଟି ଚିତା ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ମାଇ ଚିତାର ନାଁ ‘ଆଶା’ ରଖିଥିଲେ। ଆଶା ଗର୍ଭବତୀ ହୋଇ ଏହି ପ୍ରୋଜେକ୍ଟକୁ ସଫଳ କରାଇବାର ପ୍ରଥମ ଆଶାର କିରଣ ଦେଖାଦେଇଛି । ଚିତା ଉପରେ ନଜର ରଖୁଥିବା ଟିମ ଅନୁସାରେ, ଆଶା ନିକଟରେ ଜଣେ ଗର୍ଭବତୀ ଚିତାର ସମସ୍ତ ଲକ୍ଷଣ ରହିଛି । ଆଶାର ବୟସ ସାଢେ ତିନି ବର୍ଷ ହୋଇଥିବା ବିଶେଷଜ୍ଞ କହିଛନ୍ତି । ଆଶା ଠାରୁ ମିଳିଥିବା ଶୁଭ ଖବର ପରେ ଦେଶରେ ଚିତାର ସଂଖ୍ୟା ବଢିବ ବୋଲି ବନ ଅଧିକାରୀ ଆଶା ବାନ୍ଧିଛନ୍ତି।

ଚିତା କନଜର୍ଭେସନ ଫଣ୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଲରୀ ମାର୍କର କହିଛନ୍ତି, ଯଦି ଆଶା ଗର୍ଭବତୀ ହୁଏ ତେବେ ଏହା ତାର ପ୍ରଥମ ଗର୍ଭଧାରଣ। ନାମିବିଆରୁ ହିଁ ଏପରି ହୋଇଥିବା ଅନୁମାନ କରାଯାଉଛି । ଯଦି ଚିତା ଶାବକ ହୁଏ ତେବେ ତାଙ୍କୁ ଶାନ୍ତ ପରିବେଶ ଉପଲବ୍ଧ କରାଇବାକୁ ପଡିବ। ଏହାସହ ଆଖପାଖରେ କେହି ମଧ୍ୟ ରହିବାକୁ ହେବ ନାହିଁ । ଆଶାର ଖାଇବା ପିଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ କୁନୋରେ ଚିତା ଉପରେ ନଜର ରଖୁଥିବା ଅଧିକାରୀ କହିଛନ୍ତି, ଆଶା ଗର୍ଭବତୀ ଥିବାର ସମସ୍ତ ସଂକେତ ମିଳୁଛି। ତାର ବ୍ୟବହାର, ଶାରୀରିକ ଏବଂ ହରମୋନାଲ୍ ପରବର୍ତ୍ତନରେ ଗର୍ଭଧାରଣ ନେଇ ସ୍ପଷ୍ଟ ହୋଇଛି। ଏହାକୁ ନେଇ ବନ ଅଧିକାରୀ ଉତ୍ସାହିତ ଥିବା ବେଳେ ଅକ୍ଟୋବର ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି।

   Related Posts