ନଭେମ୍ବର ୩୦ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 30, 2023 IST

ମେଷ - ସଫଳତା ହାସଲ ହେବ । ପୂର୍ବରୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । ଭାଇଙ୍କ ସହିତ ବିବାଦ ହୋଇପାରେ ଛାତ୍ରମାନେ ଏକ ଏକାଗ୍ର ମନ ସହିତ ଶିକ୍ଷା ପାଇବାକୁ ଚେଷ୍ଟା କରିବା ଉଚିତ୍ ।ପ୍ରେମ ସଂପର୍କରେ ମନୋ ମାଳିନ୍ୟ ଦେଖାଦେବ ।

ବୃଷ -ବୃଷ ରାଶି ବ୍ୟକ୍ତିବିଶେଷ ଙ୍କ ପାଇଁ ଗୁରୁବାର ଦିନଟି ପ୍ରଭାବଶାଳୀ ରହିବ। ଭୂମି କ୍ରୟକରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

ମିଥୁନ - ଆସନ୍ତାକାଲି ନୂଆ ରୋଜଗାରର ପନ୍ଥା ପାଇବେ । ରାଜନୀତିରେ ସଫଳ ହେବେ। ବ୍ୟବସାୟରେ ଲାଭ ହେବ । ନୂତନ ଚାକିରିର ଯୋଗ ଅଛି । ମିଳୁ ନ ଥିବା ଟଙ୍କା ଫେରି ପାଇବେ । ଘରେ ଖୁସିର ପରିବେଶ ରହିବ। ବିଦ୍ୟାର୍ଥୀ ଉପକୃତ ହେବେ ।

କର୍କଟ - ଆସନ୍ତାକାଲି କାମ କରିବା ସମୟରେ ସାବଧାନ ରୁହନ୍ତୁ । ଚୋରି ହେବାର ଭୟ ଥିବାରୁ ମୂଲ୍ୟବାନ ସାମଗ୍ରୀର ଯତ୍ନ ନିଅନ୍ତୁ । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ । ମନରେ ଶାନ୍ତି ରହିବ ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ ।

ସିଂହ - ଦିନଟି ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସାମାନ୍ୟ ଚିନ୍ତାରେ ରହିବେ।

କନ୍ୟା -  ଆପଣ କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ଅନୁଭବ କରିବେ । ବ୍ୟବସାୟରେ କ୍ଷତି ହେବ । ବିଦ୍ୟାର୍ଥୀ ମାନଙ୍କର ଭ୍ରମଣ ଯୋଗ ରହିଛି ।

ତୁଳା - ମୂଲ୍ୟବାନ ବସ୍ତୁ କ୍ରୟ କରିବେ । ବ୍ୟବସାୟରେ ଉନ୍ନତି ହେବ । ପତି-ପତ୍ନୀଙ୍କ ସମର୍ଥନରେ ପରିବାର ଆଗକୁ ବଢିବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି |ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହେବ।

ବିଛା - ଦିନଟି ମିଶ୍ର ଫଳ ପ୍ରଦାନ କରିବ ।ଅଟକିଥିବା କାର୍ଯ୍ୟ ଶେଷ ହେବ ।ଭ୍ରମଣ ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ଜଡିତ ହେବେ | ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି ବିଷୟରେ ଚିନ୍ତିତ ହେବେ। ବିଦ୍ୟାର୍ଥୀ ମାନେ ସଫଳତା ଅର୍ଜନ କରିବେ ।

ଧନୁ - ଆସନ୍ତାକାଲି ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ | ବ୍ୟବସାୟରେ ସମସ୍ୟା ସମାପ୍ତ ହେବାର ସମ୍ଭାବନା ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବେ । ଚାକିରି କ୍ଷେତ୍ରରେ ଉଚ୍ଚ ପଦବି ମିଳିବ । ଦମ୍ପତ୍ତି ମାନେ ଭ୍ରମଣରେ ଯାଇ ପାରନ୍ତି । ବିଦ୍ୟାର୍ଥୀ ଆଶାବାଦୀ ହେବେ ।

ମକର - ଆପଣ ଆସନ୍ତାକାଲି ଭଲ ସୁଯୋଗ ପାଇପାରିବେ । ପରିବାରରେ ଯଥାସମ୍ଭବ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ସମନ୍ୱୟ ରକ୍ଷା କରନ୍ତୁ । ନୂଆ ଦ୍ରବ୍ୟ କ୍ରୟ କରିବାକୁ ଚିନ୍ତା କରିବେ । ଚାକିରିରେ ମନୋମାନିଳ୍ୟ ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ ।

କୁମ୍ଭ - ଗୁରୁବାର ଆପଣ ବିନା କାରଣରେ ଚିନ୍ତିତ ହେବେ ।ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ ।

ମୀନ - ଆସନ୍ତାକାଲି ସନ୍ଧ୍ୟାରେ ଖୁସି ଖବର ପାଇ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ହଠାତ୍ ଧନ ପ୍ରାପ୍ତି ର ଯୋଗ ଅଛି । ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ଦୂର ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.