scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନଭେମ୍ବର ୨୮ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

28/11/2023 at 7:10 AM

ମେଷ – ଅର୍ଥ ବ୍ୟୟ ହେବ । ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ମନରେ ଉଦବେଗ ପ୍ରକାଶ ପାଇବ । ଅନ୍ୟ କାହା ମନରେ କଷ୍ଟ ଦେଇ ପାରନ୍ତି ।ବିଦ୍ୟାର୍ଥୀ ଲାଭବାନ ହେବେ ।

ବୃଷ – କର୍ମ ଫଳ ପ୍ରାପ୍ତ କରିବେ। ସମ୍ମାନ ମିଳିବ । ଯାହା ଫଳରେ ମାନସିକ ଓ ଶାରୀରିକସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନର ପ୍ରଥମ ଭାଗଟି ବିଶେଷ ଶୁଭ ଦାୟକ ହେବ ।

ମିଥୁନ – ଦ୍ଵାଦଶ ଚନ୍ଦ୍ର ଯୋଗୁଁ ସମାପ୍ତ କରିବାକୁ ଚାହୁଁଥିବା କାର୍ଯ୍ୟଟି ଅଧାରୁ ଅଟକି ଯାଇ ପାରେ । ଆର୍ଥିକ ବ୍ୟୟ ହେବ । ମହିଳା ମାନଙ୍କ ପାଇଁ ଦିନ ଟି ବ୍ୟସ୍ତ ବହୁଳ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

କର୍କଟ – ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିବା ସହିତ ଗୃହରେ ଶୁଭ କର୍ମର ଆରମ୍ଭ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ ।

ସିଂହ – ଦଶମ ଚନ୍ଦ୍ର ଭୋଗଭ ଯୋଗୁଁ ଦୂର ଯାତ୍ରା କରିବାର ଯୋଗ ରହିଛି । ସମୟ ସହିତ ତାଳ ଦେଇ ଚାଲନ୍ତୁ ଦିନଟି ଶୁଭ ଦାୟକ ହେବ । ଘରକୁ ବନ୍ଧୁ ଙ୍କ ଆଗମନ ହୋଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ପାଠରେ ମନୋ ନିବେଶ କରିବେ।

କନ୍ୟା – ନବମ ଚନ୍ଦ୍ର ଯୋଗୁଁ ମନରେ ବିଷଦ ସୃଷ୍ଟି ହେବ । ଚାହୁଁ ନଥିଲେ ମଧ୍ୟ ବାଧ୍ୟ ହୋଇ କିଛି କାର୍ଯ୍ୟ କରିବାକୁ ପଡ଼ିବ । କିଛି ଭଲ ସମ୍ବାଦ ପାଇ ନିଜକୁ ଗର୍ବିତ ଅନୁଭବ କରି ପାରନ୍ତି । ମହିଳା ମାନେ ନୂତନ ଅଳଙ୍କାର କ୍ରୟ କରି ପାରନ୍ତି । ହଠାତ୍ ଖର୍ଚ୍ଚାନ୍ତ ମଧ୍ୟ ହେବାର ଯୋଗ ଅଛି ।

ତୁଳା – ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେହରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ । ଆର୍ଥିକ ସ୍ଥିତି ରେ ନିଶ୍ଚିନ୍ତ ଅବନତି ଦେଖା ଦେବ । କୌଣସି ବିଶେଷ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ।ବିଦ୍ୟାର୍ଥୀ ଓ ବ୍ୟବସାୟୀ ଆଶାୟୀ ହୋଇ ରହିବେ ।

ବିଛା – ବିଛା ରାଶିକୁ ସପ୍ତମ ଚନ୍ଦ୍ର ଘାତ ଯାହା ଫଳରେ ଶାରୀରିକ ଓ ମାନସିକ ସମସ୍ୟା କିଛି ଦେଖା ଦେବ । ଯାନ ବାହାନରେ ସତର୍କତା ଆବଶ୍ୟକ । ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି । ପରିବାରରେ ସମସ୍ୟା ଦେଖା ଦେଇ ପାରେ । ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ପରିଶ୍ରମ ଅଧିକ ହେବ ।

ଧନୁ – ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ମଙ୍ଗଳବାର ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁ ଥିଲେ ବି ହୋଇ ପାରିବେ ନାହିଁ । କୌଣସି କାର୍ଯ୍ୟ ସମୂର୍ଣ୍ଣ ପାଇଁ ଅପେକ୍ଷା କରିବାକୁ ପଡ଼ି ପାରେ ।

ମକର – କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବ ।ବାହାର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । କିଛି ନୂତନ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟୀ ଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ ।କର୍ମ ଚଞ୍ଚଳ ରହିବେ ।

କୁମ୍ଭ – ଚତୁର୍ଥ ଚନ୍ଦ୍ର ଯୋଗୁଁ ଅର୍ଥ ବିଷୟକ ଚିନ୍ତା ବଢିବ । ସ୍ବାସ୍ଥ୍ୟ ଅବସ୍ଥାରେ ହାନି ଘଟି ପାରେ ।ମନ ହାନି ହେବା ସହ ଅଙ୍ଗରେ ଆଘାତ ଲାଗି ପାରେ । ନିଜ ଆତ୍ମ ଗର୍ବ ନିଜକୁ ଅସୁବିଧାରେ ପକାଇବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ଆଡ଼ମ୍ବରେ ଲଘୁକ୍ରିୟା ।

ମୀନ – କିଛି ନୂତନ ଦ୍ରବ୍ୟ କ୍ରୟ କରିବେ । ବ୍ୟବସାୟୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଅନ୍ୟ ମନସ୍କ ରହିବାର ଦେଖା ଯିବ। ଅଳ୍ପ ଧନ ପ୍ରାପ୍ତି ଯୋଗ ରହିଛି ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର, ଯୋଗାଯୋଗ – 8249826682

   Related Posts