WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେପ୍ଟେମ୍ଵର ୨୭ ତାରିଖ, ବୁଧବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

27/09/2023 at 7:00 AM

ମେଷ – ଧନ ପ୍ରାପ୍ତିର ଯୋଗ ରହିଛି । ମନ ପ୍ରସନ୍ନ ରହିବ । ଉତ୍ସାହର ସହ କାର୍ଯ୍ୟ କରିବେ । ଅର୍ଥ ନିବେଶ ପାଇଁ ଦିନଟି ବହୁତ୍ ଉତ୍ତମ ରହିବ । ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ । ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରି ସଫଳତା ହାସଲ କରିବେ ।

ବୃଷ – କର୍ମ ଚଞ୍ଚଳ ରହିବେ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହାନୁଭୂତି ଲାଗି ରହିବ । ମିଳୁ ନ ଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତାରେ ଦିନ କାଟିବେ।

ମିଥୁନ – ଦେହ ଅସୁସ୍ଥ ରହିବାର ସୂଚନା ମିଳିପାରେ । ଦିନଟି ଆପଣଙ୍କର ମଧ୍ୟମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ । ମାନସିକ ଚାପ ବଢିବ । ବିଚ୍ଛେଦ ହୋଇଥିବା ସମ୍ପର୍କ ନୂତନ ମୋଡ଼ ନେବ। ବ୍ୟବସାୟରେ ଏତେ ଲାଭ ଯୋଗ ନାହିଁ ।

କର୍କଟ – ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବେ। ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। ରୋଗ ଶୋକ ବଢିବ ।

ସିଂହ – ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତାଙ୍କ ଆଶୀର୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ବନ୍ଧୁଙ୍କ ସହଯୋଗ ପାଇବେ ।

କନ୍ୟା – ଆସନ୍ତାକାଲି ଆପଣଙ୍କୁ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ନିଜକୁ ଅଣଦେଖା କରନ୍ତୁ ନାହିଁ  ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀର ଶିକାର ହୋଇ ପାରନ୍ତି ।କାହା କଥା ରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ରେ ଖୁସି ଲାଗି ରହିବ ।

ତୁଳା – କୌଣସି କଥାକୁ ନେଇ ଚିନ୍ତାରେ ରହିବେ । କିଛି ନୂତନ ସମସ୍ୟା ଆଜି ସୃଷ୍ଟି ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ମନ ଲଗାଇ ପରିଶ୍ରମ କରିବେ ।ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ରରେ ମନ ରେ ଥିବା କଥା ଗୁପ୍ତ ରେ ରଖନ୍ତୁ ।

ବିଛା – ଦିନଟି ମିଶ୍ର ଫଳ ଦେବ । ଚାକିରିରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭ୍ରମଣର ଯୋଗ ରହିଛି । ପ୍ରତିରୋଧର ଶିକାର ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀମାନେ ଆଶାତୀତ ଫଳ ପ୍ରାପ୍ତ କରିବେ ।

ଧନୁ – ବ୍ୟସ୍ତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦୃଢ଼ ମନା ହୁଅନ୍ତୁ ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କ ଠାରୁ ଉପହାର ମିଳିବ । ବ୍ୟବସାୟୀ ମାନେ ଅଧିକ ଲାଭ ଆଶା ରେ ରହିବେ । ଛାତ୍ର ଛାତ୍ରୀ ମାନେ ଖୁସି ମନ ରେ ରହିବେ।

ମକର – ବୁଧବାର ଆପଣଙ୍କୁ ମିଶ୍ର ଫଳ ମିଳିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ନେଇ ଥିବା ଉଧାର ଫେରସ୍ତ କରିବେ । ଅନ୍ଧ ଭଳି କାହାକୁ ଭରସା କରନ୍ତୁ ନାହିଁ । କିଛି ଶୁଭ କର୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।

କୁମ୍ଭ – ଶ୍ରୀ ଚନ୍ଦ୍ର ଯୋଗୁଁ  ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ଅଛି। ବିଦ୍ୟାର୍ଥୀମାନେ ଫଳାଫଳକୁ ଅପେକ୍ଷା କରିବେ। ନୂତନ ଯାନବାହାନ କ୍ରୟ କରି ପାରନ୍ତି । ନୂତନ ସ୍ଥାନ ପ୍ରାପ୍ତିର ଯୋଗ ରହିଛି ।

ମୀନ – ଆସନ୍ତାକାଲି ମୀନ ରାଶିକୁ ଘାତ ଚନ୍ଦ୍ର । ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବନ୍ଧନ ର ଭୟ ଆପଣଙ୍କୁ ରହିବ। । ପୁରୁଣା ବନ୍ଧୁଙ୍କ ମିଳନ ହୋଇ ପାରେ। ବ୍ୟବସାୟରେ ସଂପୂର୍ଣ୍ଣ ଧ୍ୟାନ ଦେବେ ନହେଲେ କ୍ଷତି ହୋଇ ପାରେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

   Related Posts