ଅଗଷ୍ଟ ୨୬ ତାରିଖ, ଶନିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | August 26, 2023 IST

ମେଷ – ଶରୀର କଷ୍ଟ ହେବ। ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି। ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ। ମନରେ ବିଷାଦର ଭାବ ରହିବ। ଛାତ୍ରଛାତ୍ରୀ ମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ।

ବୃଷ – ସହକର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ପତିପତ୍ନୀଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ। କୌଣସି କାର୍ଯ୍ୟକୁ ନେଇ ମନସ୍ତାପ କରିନପାରି ପାରନ୍ତି। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ।

ମିଥୁନ- ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗଦାନ ଦେବେ। ଅନେକ ବିଧବିଘ୍ନର ସାମ୍ନା କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ। ଉଚ୍ଚ ପଦବୀ ମିଳିବାର ଯୋଗ ଅଛି। ଦମ୍ପତିମାନେ ଖୁସିରେ ଦିନଟି କାଟିବେ।

କର୍କଟ – ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ଆଜି ସର୍ବ ସମ୍ମୁଖକୁ ଆସିପାରେ। ସନ୍ତାନଙ୍କ ସହ ମନମାଳୀନ୍ୟ ହୋଇପାରେ। 

ସିଂହ – ଆଜି ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ। ଜୀବନ ସାଥିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖା ଦେବ। ମିତ୍ରଙ୍କ ଠାରୁ ଉପହାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ।

କନ୍ୟା- ଦିନଟି ବାଦବିବାଦ ଦେଇ ଗତି କରିବ। କର୍ମ କ୍ଷେତ୍ରରେ ମାନ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି।ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ। ବନ୍ଧୁ ମିଳନର ଯୋଗ ରହିଛି।

ତୁଳା – ତୁଳା ରାଶିକୁ ଆଜି ଘାତ ଚନ୍ଦ୍ର। ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଅଟକି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ। ଚାକିରିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ ନାହିଁ।

ବିଛା- ଦିନଟିରେ ଅର୍ଥ ବ୍ୟୟର ଯୋଗ ରହିଛି। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖା ଦେବ।

ଧନୁ – ରାଶିକୁ ଆଜି ଶ୍ରୀ ଚନ୍ଦ୍ର ଯୋଗ ରହିଛି। ଦିନଟି ଉତ୍ତମ ଫଳ ଦେବ। ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ଆଜି ନିହାତି ଆବଶ୍ୟକ। ଦମ୍ପତି ମାନଙ୍କର ଦୂର ଯାତ୍ରାର ଯୋଗ ରହିଛି। ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ।

ମକର – ଦିନଟି ଶୁଭରେ କଟିବ। ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ। ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ। ଚାକିରୀରେ ପଦୋନ୍ନତିର ଯୋଗ ରହିଛି।

କୁମ୍ଭ – ଅଟକି ଥିବା ଧନକୁ ପାଇ ଖୁସି ହେବେ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ।

ମୀନ- ଦିନଟି ବହୁତ୍ ଖୁସି ଖବର ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶତ୍ରୁଙ୍କ ପରାଜୟ ହେବ। କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ। ବ୍ୟବସାୟ ଖୁବ୍ ଭଲ ହେବ। ଆଶା କରିଥିବା ଜିନିଷ ସହଜରେ ପ୍ରାପ୍ତି ହେବ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯୋଗାଯୋଗ – ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.