scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେପ୍ଟେମ୍ଵର ୨୫ ତାରିଖ, ସୋମବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

25/09/2023 at 7:13 AM

ମେଷ – ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତ ହୋଇ ପାରେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇ ପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ମାତା ପିତାଙ୍କ ସ୍ବାସ୍ଥ୍ୟ ରେ ସମସ୍ୟା ଦେଖା ଦେଇ ପାରେ ।

ବୃଷ – ଦିନଟି ସଂପୂର୍ଣ୍ଣ ଭଲରେ କଟିବ । ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ସେବା ପୂଜାରେ ମନୋନିବେଶ କରିବେ । ଯାହା ଆସନ୍ତାକାଲି ଯାହା ବି କର୍ମ କରିବେ ତାର ଫଳ ସେହି ଦିନ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।

ମିଥୁନ – ଅଷ୍ଟମ ଚନ୍ଦ୍ର ରହି ଥିବାରୁ ଦିନଟି ଏତେ ଭଲ ଫଳ ଦେବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଚିନ୍ତାରେ ଦିନଟି କଟିବ । କାର୍ଯ୍ୟ କ୍ଷେତ୍ର ରେ କିଛି ସମସ୍ୟା ଦେଖା ଦେଇ ପାରେ । ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।

କର୍କଟ – ରାଶିକୁ ସପ୍ତମ ଚନ୍ଦ୍ର ହେତୁ ଆପଣଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ ।ମନ ସାମାନ୍ୟ ଚିନ୍ତିତ ରହିବ । ସୁସମ୍ବାଦ ପାଇ ଖୁସି ହେବେ । ଭ୍ରମଣ ଯୋଗ ରହିଛି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ।

ସିଂହ – ରାଶିକୁ ଘାତ ଚନ୍ଦ୍ର । ମନକୁ ଦୃଢ଼ ରଖନ୍ତୁ । ବନ୍ଧୁମିଳନର ଯୋଗ ରହିଛି ।ନୂତନ ସ୍ଥାନ ପ୍ରାପ୍ତି କରି ପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ପରିବାରର ସମର୍ଥନ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟୀ ମାନେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ ।

କନ୍ୟା – ଦିନଟି ମଧ୍ୟମ ଫଳ ଦେବ । ଚିନ୍ତା ଗ୍ରସ୍ତ ରହିବେ । ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ । ଯାନବାହାନ ଯୋଗୁଁ ଖର୍ଚ୍ଚ ବଢ଼ି ପାରେ। ଛାତ୍ର ଛାତ୍ରୀ ମାନେ ସଫଳତା ର ଶୀର୍ଷ ରେ ପହଞ୍ଚିବେ । ବ୍ୟବସାୟ ର ବିସ୍ତାର ହେବ ।

ତୁଳା – ଦିନଟି ମିଶ୍ର ଫଳ ଦେବ । ମନ ପ୍ରସନ୍ନ ରହିବ । କଳହର ଯୋଗ ରହିଛି । ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ । ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ପାରିବାରିକ ସ୍ଥିତି ଅବ୍ୟବସ୍ଥିତ ହେବ ।

ବିଛା – ପରିବାର ଲୋକଙ୍କ ସହିତ ଖୁସି ର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉନ୍ନତି ର ମାର୍ଗ ଦେଖା ଦେବ । ଛାତ୍ର ଛାତ୍ରୀଙ୍କ ସଫଳତାର ଯୋଗ ରହିଛି ।

ଧନୁ – ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସ୍ବାସ୍ଥ୍ୟ ଅବସ୍ଥାରେ ଉନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମ ର ଫଳ ବହୁତ୍ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ ।

ମକର – ଶ୍ରୀ ଚନ୍ଦ୍ର ରହିଥିବାରୁ ,ଆର୍ଥିକ ଲାଭ ଯୋଗ ରହିଛି ।ମିତ୍ରଙ୍କ ସାହାଯ୍ୟ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି।ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିବ ।

କୁମ୍ଭ – ଆୟ ଠାରୁ ବ୍ୟୟ ଅଧିକ ରହିବ । ମନ ଅଶାନ୍ତ ରହିବ । ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ଚଲାପଥରେ ଅବରୋଧ ଘଟିପାରେ ।ଭବିଷ୍ୟତ ଚିନ୍ତା ରେ ମନ ଅସ୍ଥିର ରହିବ ।ସାଙ୍ଗ ସାଥି ଙ୍କ ପାଇଁ ଅସୁବିଧା ରେ ପଡ଼ି ପାରନ୍ତି ।

ମୀନ – ଦିନଟି ବହୁତ୍ ଭଲ ରେ କଟିବ । କାର୍ଯ୍ୟ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ଧନ ପ୍ରାପ୍ତିର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତ କରି ପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ ।ଛାତ୍ର ଛାତ୍ରୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

   Related Posts