scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେପ୍ଟେମ୍ଵର ୨୩ ତାରିଖ, ଶନିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

23/09/2023 at 7:20 AM

ମେଷ – ସେବା ପୂଜା ରେ ମନୋନିବେଶ କରିବେ । ନିଜକୁ ସର୍ବଦା ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ । ଛାତ୍ରଛାତ୍ରୀ ମାନେ ପାଠ ରେ ମନଯୋଗ ଦେବେ । ବାକିଥିବା କାର୍ଯ୍ୟ ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷ – ଆଜି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଅଜଣା ବ୍ୟକ୍ତି ଙ୍କ ପାଇଁ ଠକାମୀ ର ଶିକାର ହୋଇ ପାରନ୍ତି । ଧନ ଲାଭର ଯୋଗ ମଧ୍ୟ ରହିଛି । ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଟି ଆଳସ୍ୟ ରେ କଟିବ ।

ମିଥୁନ- ନିବେଶ କରିଥିବା ଧନରୁ ଆପଣ ଆଜି ବହୁତ୍ ଲାଭ ପାଇ ପାରିବେ । ପରିବାରରେ କାହାର ବି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ ।

କର୍କଟ – ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟ ରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରପ୍ତିଭୋଇ ପାରେ । 

ସିଂହ – ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମ ରେ ଦିନଟି କଟିବ । ବ୍ୟବସାୟରେ ଆସନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହ ର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବ। 

କନ୍ୟା — ଆପଣଙ୍କୁ ଆଜି କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି । ମହିଳା ମାନଙ୍କୁ ଆଜି କିଛି ଅସୁବିଧା ର ସମ୍ମୁଖୀନ ହେବାକୁ ପଡି ପାରେ । ଛାତ୍ର ଛାତ୍ରୀ ମାନେ କ୍ୟାରିୟର କୁ ନେଇ ଚିନ୍ତା ରେ ରହିବେ ।

ତୁଳା – ଦେଇଥିବା ଧନ ରାଶି ଆଜି ଆପଣ ଫେରି ପାଇବା ର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ପରସ୍ପର ମଧ୍ୟ ରେ କଳହ ଲାଗିପାରେ । ବ୍ୟବସାୟ ରେ ଆର୍ଥିକ ସ୍ଥିତି ଦୃଢ଼ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।

ବିଛା – ଶାରୀରିକ ସମସ୍ୟା ଦେଖା ଦେବ । ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ ।ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମ ରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ଧନୁ- ଆଜି ଧନୁ ରାଶି କୁ ଶ୍ରୀ ଚନ୍ଦ୍ର । ଆପଣଙ୍କ ଦିନଟି ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଗୃହ କୁ ବନ୍ଧୁ ଙ୍କ ଆଗମନ ହେବ ।

ମକର – ପଥରୋଧ ହୋଇ ପାରେ ।ଉଧାର ଦିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟି ପାରେ । ନୂତନ ଜାଗା କୁ ବୁଲିବାକୁ ଯିବେ । ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଂଜାଳ ମୟ ହେବ ।ଛାତ୍ର ଛାତ୍ରୀ ମାନେ ଅବହେଳିତ ହେବେ ।

କୁମ୍ଭ – ଅଧିକ ଆୟ ର ଯୋଗ ରହିଛି । ପତ୍ନୀଙ୍କ ଠାରୁ କିଛି ଉପହାର ମିଳି ପାରେ । ଛାତ୍ର ଛାତ୍ରୀ ମାନ ଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଜି ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁ ଥିଲେ ବି ହୋଇ ପାରିବେ ନାହିଁ ।

ମୀନ – ପରିଶ୍ରମ ଅଧିକ ହେବ । ଅଚାନକ ଧନ ପ୍ରାପ୍ତି ର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପରିଶ୍ରମର ଫଳ ପ୍ରାପ୍ତି ହେବ । ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ରେ ବିଜୟ ହାସଲ କରିବେ

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

   Related Posts