scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେପ୍ଟେମ୍ଵର ୨୦ ତାରିଖ, ବୁଧବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

20/09/2023 at 7:11 AM

ମେଷ – ଅର୍ଥ ଉପାର୍ଜନକୁ ନେଇ ଚିନ୍ତାରେ ପଡ଼ିବେ । କୌଣସି ସ୍ଥାନରେ ସମ୍ମାନହାନି ହେବାର ସମ୍ଭାବନା ରହିଛି । ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀ ମାନେ ଅଳ୍ପ ପରିଶ୍ରମୀ ହେବେ।

ବୃଷ – ସମ୍ମାନକୁ ଜଗି ରଖି କାର୍ଯ୍ୟ କରନ୍ତୁ । କୌଣସି ବଡ଼ ବିବାଦରେ ପଡ଼ି ଅଯଥା ସମୟ ନଷ୍ଟ କରିବେ । ବ୍ୟବସାୟ ଏତେ ଭଲ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ। ବିଦ୍ୟାର୍ଥୀ ମାନେ ରାଗ ଦ୍ୱେଷର ଶିକାର ହେବେ।

ମିଥୁନ – ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟ ସମ୍ପାଦନ କରିବେ । କୌଣସି ନୂତନ କିମ୍ବା ପୁରାତନ ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି । କର୍ମ କ୍ଷେତ୍ର ରେ ଉଚ୍ଚ ସମ୍ମାନ ର ପାତ୍ର ହେବେ । ବିଦ୍ୟାର୍ଥୀ ମାନେ ସଫଳ ଅର୍ଜନ କରିବେ। ବ୍ୟବସାୟରେ ଲାଭର ଯୋଗ ରହିବ ।

କର୍କଟ – ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରିବା ବିଧେୟ। ଆୟ ଠାରୁ ବ୍ୟୟ ଅଧିକ ରହିବ। ବନ୍ଧୁ ମାନଙ୍କ ସହ ଭ୍ରମଣରେ ଯାଇ ଖର୍ଚ୍ଚାନ୍ତ ହେବେ । ମୁଣ୍ଡ ବ୍ୟଥା ପରି ସମସ୍ତ ଦେଖା ଦେବ ।

ସିଂହ – ସ୍ଥାନକୁ ଯାତ୍ରା କରି ଶୁଭ ଫଳ ପ୍ରାପ୍ତି କରିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ପରିବାରର ସହଯୋଗ ମିଳିବ। ବିଭିନ୍ନ ସୂତ୍ରରୁ ଆୟ ର ଯୋଗ ରହିଛି ।ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତି ହେବ ।

କନ୍ୟା – ଆୟ ଠାରୁ ଯଥେଷ୍ଟ ଅଧିକ ପରିମାଣରେ ବ୍ୟୟ ଯୋଗ ରହିଛି । କିଛି ଶାରୀରିକ ସମସ୍ୟା ଦେଖା ଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବା । କର୍ମ କ୍ଷେତ୍ର ରେ ଆଳସ୍ୟ ଦେଖା ଦେବ । ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବହୁତ୍ ଲାଭ ଦାୟକ ରହିଛି ।

ତୁଳା – ଗୃହରେ ନୂତନ ଶୁଭ କାର୍ଯ୍ୟର ଆରମ୍ଭ ହେବ । ଚାକିରିରେ ସଫଳତା ଅର୍ଜନ କରିବେ। ଅଟକିଥିବା କାର୍ଯ୍ୟ ର ସମାପ୍ତି ଘଟିବ । ଆୟରେ ବୃଦ୍ଧି ଘଟିବ । ମନରେ ଶାନ୍ତି ବଜାୟ ରହିବ । ପାରିବାରିକ ଜୀବନ ସୁଖ ମୟ ହେବ । ଘରକୁ ବନ୍ଧୁଙ୍କ ଆଗମନ ହେବ ।

ବିଛା – କର୍ମ ଫଳ ନିଶ୍ଚିନ୍ତ ପ୍ରାପ୍ତ ହେବ । ଦୂର ସ୍ଥାନକୁ ଯାତ୍ରା ସଫଳ ହେବ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ବ୍ୟବସାୟ ରେ ବୃଦ୍ଧି ହେବ । ନୂଆ ଚାକିରି ଆଜି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ ।

ଧନୁ – ଭାଗବତ ସେବାରେ ମନୋନିବେଶ କରିବେ। ଆଧ୍ୟାତ୍ମିକ ଚିନ୍ତାଧାରାରେ ବୃଦ୍ଧି ଘଟିବ । କିଛି ମାନସିକ ବିଷାଦ ମଧ୍ୟ ଦେଖା ଦେଇ ପାରେ ।। ଘରେ ଆପଣଙ୍କୁ ନେଇ ଚିନ୍ତା ଜନକ ପରିବେଶ ରହିବ, କିନ୍ତୁ ସମୟ ସହିତ ସବୁ କିଛି ସମାଧାନ ହୋଇଯିବ ।

ମକର – ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ ।ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ଅଙ୍ଗ ରେ କ୍ଳେଶ ଦେଖା ଦେଇ ପାରେ । ସୁଖ ହାନି ହୋଇ ପାରେ। ମନ ଅସ୍ଥିର ରହିବ । ଚାକିରିରେ ପରିବର୍ତ୍ତନ ହୋଇପାରେ ।

କୁମ୍ଭ – ବନ୍ଧୁଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବେ । ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

ମୀନ – ଦିନଟି ଉତ୍ତମ ଫଳ ପ୍ରଦାନ କରିବ ।ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ଭ୍ରମଣ ଯୋଗ ରହିଛି । ମନରେ ସାମାନ୍ୟ ଗ୍ଲାନି ଦେଖା ଦେଇ ପାରେ । ପାରିବାରିକ ଜୀବନ ସୁଖ ମୟ ହେବ । ବ୍ୟବସାୟରେ ଭଲ ଲାଭ ମିଳିପାରେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

   Related Posts