krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନଭେମ୍ବର ୧୮ ତାରିଖ, ଶନିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

18/11/2023 at 7:09 AM

ମେଷ – ଦ୍ଵାଦଶ ଚନ୍ଦ୍ର ଯୋଗୁ ବ୍ୟୟ ଯୋଗ ରହିଛି । ପଥରୋଧ ହୋଇପାରେ। ଉଧାର ଦିଅନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ମନ ମାଳିନ୍ୟ ଘଟିପାରେ। ବିବାଦୀୟ ପରିସ୍ଥିତି ଉପୂଜି ପାରେ। ବୈବାହିକ ଜୀବନ ଜଂଜାଳମୟ ହେବ। ଛାତ୍ରଛାତ୍ରୀମାନେ ଅବହେଳିତ ହେବେ।

ବୃଷ -କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ। ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ। ଧନ ସଂପତ୍ତିରେ ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କ ସୁଦୃଢ ହେବ। ଛାତ୍ରଛାତ୍ରୀମାନେ ଅଧିକ ପଢିବାକୁ ଇଛୁକ ହେବେ। ବ୍ୟବସାୟରେ ଦେଖି ଚାହିଁ କାର୍ଯ୍ୟ କରନ୍ତୁ।

ମିଥୁନ – ନିଜ କାର୍ଯ୍ୟ ଦକ୍ଷତାର ବୃଦ୍ଧି ଘଟିବ ।କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ।ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଆଜି ସମାଧାନ ହୋଇପାରିବ। ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ।

କର୍କଟ – ଅନ୍ୟ ପ୍ରତି ଉଦାର ମନଭାବ ସୃଷ୍ଟି ହେବ । ମନରେ ସାମାନ୍ୟ ବିଷଣ୍ଣନତା ସୃଷ୍ଟି ହୋଇପାରେ। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ।

ସିଂହ – ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆୟ ଠାରୁ ବ୍ୟୟ ଅଧିକ ହେବ। ଅଙ୍ଗରେ ଆଘାତ ଲାଗିପାରେ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବନ୍ଧୁ ମିଳନ ହୋଇପାରେ। ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ।

କନ୍ୟା – ବନ୍ଧୁ ମିଳନର ଯୋଗ ରହିଛି। ଇଛା କରିଥିବା କାର୍ଯ୍ୟ ସଫଳତା ସହ ସଂପୂର୍ଣ୍ଣ ହେବ। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।

ତୁଳା – ଆଜି ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି। ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ଚାଷ ଭଲ ହେବ। କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ।

ବିଛା – ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖା ଦେବ। ମାନସିକ ଚିନ୍ତା ବୃଦ୍ଧି ପାଇବ। କ୍ଷମାରେ ହାନି ଘଟିପାରେ। ଅସମ୍ମାନିତ ହୋଇପାରନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ। ଚାକିରିରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। କଠିନ ପରିଶ୍ରମ ଅଧିକ ହେବ। ଖର୍ଚ୍ଚ ବୃଦ୍ଧି ପାଇବ।

ଧନୁ – ଧନୁ ରାଶିରେ ଘାତ ଚନ୍ଦ୍ର। ଶାରୀରିକ ସମସ୍ୟା ଦେଖା ଦେବ। ଅଙ୍ଗରେ ଆଘାତ ଲାଗିବ। ନିରାଶା ଏବଂ ଅସନ୍ତୋଷ ମନରେ ରହିବ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ। ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ ।

ମକର – ମନରେ ଉଚ୍ଚ ଆଶା ଭରି ରହିବ। ସମ୍ମାନ ପ୍ରାପ୍ତି ହୋଇପାରେ । ଭ୍ରମଣର ଯୋଗ ରହିଛି। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିଆନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

କୁମ୍ଭ – ଅଧର୍ଯ୍ୟ ହୋଇ କିଛି ଭୁଲ ନିଷ୍ପତି ନେବେ। ଅର୍ଥ ବ୍ୟୟ ହେବ। ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ। ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ। ବିଦ୍ୟାର୍ଥୀମାନେ ଆମାନଯୋଗୀ ହେବେ।

ମୀନ – ମୀନ ରାଶି କୁ ଶ୍ରୀ ଚନ୍ଦ୍ର । ଇଚ୍ଛା କରିଥିବା ବସ୍ତୁ ବା ଦ୍ରବ୍ୟକୁ ଲାଭ କରିବେ। ରାଜନୀତିରେ ପଦୋନ୍ନତିର ଯୋଗ ରହିଛି। ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଶିକ୍ଷା କ୍ଷେତ୍ରରେ ମାନସିକ ବିକାଶ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 
ଯୋଗାଯୋଗ – ୮୨୪୯୮୨୬୬୮୨

   Related Posts