ସେପ୍ଟେମ୍ଵର ୧୭ ତାରିଖ, ରବିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
17/09/2023 at 7:13 AM

ମେଷ – କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଜୀବନସାଥୀଙ୍କ ସହ ଏକ ଭଲ ସମୟ ଅତିବାହିତ କରିବେ। ଜୀବିକା କ୍ଷେତ୍ରରେ ଅଗ୍ରଗତି କରିବେ। ନୂତନ ପ୍ରେମରେ ପଡ଼ି ପାରନ୍ତି। ସ୍ୱାସ୍ଥ୍ୟ ମଧ୍ୟମ ହେବ। ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ।
ବୃଷ – ସୁଖ ସମ୍ମାନ ଲାଭ ହେବ। ଭାବପ୍ରବଣତାକୁ ନେଇ କୌଣସି ନିଷ୍ପତ୍ତି ନିଅ ନାହିଁ। ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ବହୁତ ଭଲ ରହିବ।
ମିଥୁନ – ଆଳସ୍ୟ ଯୋଗୁ ଅସୁବିଧାରେ ପଡ଼ିବେ। ଶତ୍ରୁମାନଙ୍କ ଉପରେ ଭାରୀ ହେବେ। ସାମାନ୍ୟ ଶାରୀରିକ ସମସ୍ୟା ଦେଖା ଦେବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଠିକ୍ ରହିବ। ଛାତ୍ରଛାତ୍ରୀମାନେ କାର୍ଯ୍ୟରେ ମନ ଦେବେ ନାହିଁ।
କର୍କଟ – କାର୍ଯ୍ୟ ହାନି ଘଟିବ। ଜମି, ନିର୍ମାଣ, ଯାନ କ୍ରୟ ସମ୍ଭବ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଚାକିରି କ୍ଷେତ୍ରରେ ମନ ମତାନ୍ତର ହୋଇ ପାରେ।
ସିଂହ – ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ନିଜେ ଶକ୍ତିଶାଳୀ ରହିବେ। ବୃତ୍ତିଗତ ଭାବରେ ଏକ ଉତ୍ତମ କାର୍ଯ୍ୟ କରିବାକୁ ଆଗ୍ରହୀ ହେବ।ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲ। ପ୍ରେମ ସମ୍ପର୍କ ଦୃଢ଼ ହେବ। ବିଦ୍ୟାର୍ଥୀ ଲାଭବାନ ହେବେ।
କନ୍ୟା – ପରିଶ୍ରମ ଅଧିକ ରହିବ। ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟବାସ୍ଥା ଉତ୍ତମ ରହିବ। ପ୍ରେମ ସମ୍ପର୍କରେ ଉନ୍ନତି ଆସିବ। ବ୍ୟବସାୟ ଦୃଷ୍ଟିକୋଣରୁ ଏହି ସମୟ ବହୁତ୍ ଭଲ। ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ।
ତୁଳା – ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେବ। ଠକାମୀର ଶିକାର ହୋଇପାରନ୍ତି। ପ୍ରାତ୍ତ ରୁ ଭଗବାନଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ। ଯକୃତ ଜନିତ ସମସ୍ୟା ଦେଖା ଦେବ। ବ୍ୟବସାୟର ଲାଭ କ୍ଷତି ସମାନ ହେବ।
ବିଛା – ସେବା ପୂଜାରେ ମନନିବେଶ କରିବେ। କିଛି ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ। ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ।
ଧନୁ – ଦିନଟି ଅତି ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରପ୍ତି ହୋଇପାରେ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।
ମକର – ମାଲିମାକଦ୍ଦମାରେ ଜୟଯୁକ୍ତ ହେବେ। କିଛି କାର୍ଯ୍ୟକୁ ହାସଲ କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିପାରେ। ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ।
କୁମ୍ଭ – ପରିବାର ସହ କିଛି ବିଶେଷ ଆଲୋଚନା କରିବେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାର୍ଯ୍ୟ କ୍ଷେତ୍ରରେ ଗୁରୁଜନଙ୍କ ସହାୟତା ମିଳିବ। ନିଜ ଆତ୍ମ ବିଶ୍ୱାସ ଯୋଗୁ ନୂତନ କାର୍ଯ୍ୟ ସଫଳ ହେବ। ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇପାରେ।
ମୀନ – କିଛି ମୂଲ୍ୟବାନ ଜିନିଷ ନଷ୍ଟ ହେବ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ଦରକାର। ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ। ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣି ପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯୋଗାଯୋଗ – ୮୨୪୯୮୨୬୬୮