ନଭେମ୍ବର ୧୭ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 17, 2023 IST

ମେଷ- ସବୁ କ୍ଷେତ୍ରରେ ଶୁଭ ହେବ । ଅଟକିଥିବା କାର୍ଯ୍ୟର ସମାପ୍ତି ଘଟିବ। ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ । ଅଦରକାରୀ କାର୍ଯ୍ୟକଳାପରେ ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଜ ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ ।

ବୃଷ - ମନରେ ଶତ୍ରୁ ଭୟ ରହିବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ଜୀବନ ଅସଂଗଠିତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାେଦଇପାରେ।

ମିଥୁନ - କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖାଦେଇପାରେ । ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ ।

କର୍କଟ - ଦିନଟି ବାଦ ବିବାଦ ଦେଇ ଗତି କଲେବି ଆର୍ଥିକ ଲାଭ ସହ ଭ୍ରମଣର ଯୋଗ ରହିବ। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବାର ସୁଯୋଗ ରହିଛି । ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ ।

ସିଂହ- ଦିନଟି ଉତ୍ତମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ । ବାହ୍ୟ ସ୍ଥାନରୁ ମାନ ସମ୍ମାନ ମିଳିବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ ହେଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ ।

କନ୍ୟା - କାର୍ଯ୍ୟ କ୍ଷେତ୍ରରେ ନୂତନ କର୍ମ ସଂସ୍ଥାନ ପ୍ରାପ୍ତ ହେବ । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଚାକିରିରେ ପଦୋନ୍ନତି ହୋଇପାରେ । ଗୃହରେ ସାମାନ୍ୟ ବିବାଦ ଉପୁଜିପାରେ। ବ୍ୟବସାୟରେ ପରିଶ୍ରମ ସାମାନ୍ୟ ଅଧିକ ରହିବ । ବିଦ୍ୟାର୍ଥୀମାନେ ଅମାନଯୋଗୀ ହେବେ ।

ତୁଳା - ତୁଳା ରାଶି ପାଇଁ ଘାତ ଚନ୍ଦ୍ର । ବ୍ୟବସାୟରେ କ୍ଷତି ହୋଇପାରେ । ଦୂର ସ୍ଥାନକୁ ଭ୍ରମଣ କରନ୍ତୁ ନାହିଁ । ଆପଣଙ୍କର ମନ ଅଶାନ୍ତ ରହିପାରେ । କିଛି କଥାକୁ ନେଇ ଆଶାବାଦୀ ରହିବେ । ଅଯଥା ଚିନ୍ତାରେ ପଡ଼ିବେ । ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ ।

ବିଛା - ଚିନ୍ତା ଗ୍ରସ୍ତ ହେବେ । ନୂତନ ଦ୍ରବ୍ୟ କିମ୍ବା ବସ୍ତୁ କ୍ରୟ କରିବେ । ଯେ କୌଣସି କାର୍ଯ୍ୟ ଆଜି ଆପଣଙ୍କ ଦ୍ଵାରା ସମ୍ପାଦିତ ହୋଇ ପାରିବ । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ । ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ ।

ଧନୁ - ରାଶିକୁ ଶ୍ରୀଚନ୍ଦ୍ର ଯୋଗ ରହିଛି । ବିଶେଷ ଭାବରେ ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ଭ୍ରମଣ ଯାତ୍ରା ଶୁଭ ହେବ । ପୂର୍ବ କର୍ମର ଫଳ ଆପଣଙ୍କୁ ମିଳିପାରେ। ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

ମକର - ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ମନରେ ବିଷାଦ ସୃଷ୍ଟି ହେବ ଯାହା ଆପଣଙ୍କୁ ଭଗବାନଙ୍କ ଉପରେ ଥିବା ଆସ୍ଥା କୁ ବୃଦ୍ଧି କରିବ । ମଲିମାକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ପରିବାରକୁ ନେଇ ମାନସିକ ଚିନ୍ତା ବଢିବ ।

କୁମ୍ଭ - ଶରୀରରେ କ୍ଲେଶ ଲାଗିବା ଭଳି ସମସ୍ୟା ଦେଖା ଦେବ । ଅଙ୍ଗରେ ଆଘାତ ଲାଗିପାରେ। ଯଶ ହାନି ହେବାର ଅନେକ ସମ୍ଭାବନା ରହିଛି । ଅନୁକୂଳ ପରିସ୍ଥିତିରେ ଯାତ୍ରା ଆରମ୍ଭ କରନ୍ତୁ । ଅଯଥା ଯୁକ୍ତି କରନ୍ତୁ ନାହିଁ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ ।

ମୀନ - ନୂତନ ଦ୍ରବ୍ୟ କ୍ରୟ କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ସର୍ବ କାର୍ଯ୍ୟରେ ସିଦ୍ଧି ଲାଭକରିବେ । ବ୍ୟବସାୟରେ ଲାଭ ଅଧିକ ରହିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ । ପରିବାରରେ ଆପଣଙ୍କ ଯୋଗୁଁ ଖୁସି ଆସିବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.