ନଭେମ୍ବର ୧୫ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 15, 2023 IST

ମେଷ – ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ପିଲାମାନଙ୍କ ସହିତ ସମୟ କାଟିବେ ।ଅଧିକ ଖର୍ଚ୍ଚ ହେବ । ବିଦ୍ୟାର୍ଥୀ ମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ।

ବୃଷ – ପାରିବାରିକ ଜୀବନ ସୁଖମୟ ହେବ । ମାଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମନ ସାମାନ୍ୟ ଚିନ୍ତାରେ ରହି ପାରେ । ଯାତ୍ରା କରି ପାରନ୍ତି ଯାହା ଆପଣଙ୍କୁ ଲାଭଦାୟକ ହେବ । ବିଦେଶ ଯାତ୍ରା କରି ପାରନ୍ତି । ଭାଇଙ୍କ ସହ ଯୋଗ ପ୍ରପ୍ତ କରିବେ ।

ମିଥୁନ -ଦିନଟି ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

କର୍କଟ -ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ । ବେପାରରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣକୁ ବୁଧବାର ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ।

ସିଂହ -ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହାନୁଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ।

କନ୍ୟା – ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ତୁଳା -ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁ ନ ଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଅମନଯୋଗୀ ହୋଇ ପାରନ୍ତି।

ବିଛା – ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇ ପାରେ ।ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବା ।

ଧନୁ– ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ। ଅଧିକ ପରିଶ୍ରମରେ ଦିନଟି କଟିବ ।

ମକର – ବୁଧବାର ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ । ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି ।ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କୁମ୍ଭ – ଦିନଟି ଭଲ ଫଳ ଦେବ ।ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ ମଧ୍ୟ ଆସନ୍ତାକାଲି କରିବାକୁ ପଡିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ ।

ମୀନ – ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ବୁଧବାର ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.