ନଭେମ୍ବର ୧୪ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 14, 2023 IST

ମେଷ – ଅଷ୍ଟମ ଚନ୍ଦ୍ର ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଭୋଜନରେ ଅଶାନ୍ତି ଦେଖା ଦେବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

ବୃଷ – ବନ୍ଧୁ ସୁଖ ପ୍ରାପ୍ତ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟ ଶାଳୀ ମନେ କରିବେ।

ମିଥୁନ – ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ ପ୍ରକାର ଶୁଭ ଫଳ ପ୍ରାପ୍ତ ହେବ। ଆସନ୍ତାକାଲି ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ ।

କର୍କଟ – ଚଲାପଥରେ ବାଧା ସୃଷ୍ଟି ହେବ । ଆର୍ଥିକ ଦୂରାବସ୍ଥା ଦେଖା ଦେବ । ଅର୍ଥ ବିଷୟରେ ଚିନ୍ତା କରିବେ। ବନ୍ଧୁ ଙ୍କ ସହ କିଛଦିନ ବିଶେଷ ଆଲୋଚନାରେ ଦିନରେ କଟିବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି ।

ସିଂହ – କର୍ଯ୍ୟହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ । କୌଣସି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ପାରେ ।

କନ୍ୟା – ଭ୍ରମଣର ଯୋଗ ରହିଛି । କୌଣସି ଉଚ୍ଚ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇ ପାରେ । ଲାଗି ରହିଥିବା ମାଲି ମୋକଦ୍ଦମାର ମଙ୍ଗଳବାର ଅନ୍ତ ଘଟିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ତୁଳା – ଅର୍ଥ ବ୍ୟୟ ହେବ ।ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ। କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ। ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ ।

ବିଛା – ବିଛା ରାଶିକୁ ମଙ୍ଗଳବାର ଶ୍ରୀ ଚନ୍ଦ୍ର । ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ ଆସନ୍ତାକାଲି କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସହଯୋଗ ମିଳିବ ।

ଧନୁ – ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ବୃଦ୍ଧି ହେବେ । ଆଳସ୍ୟତା ଗ୍ରାସ କରିବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାର ରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇ ପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।

ମକର – ଏକଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟର ଯୋଗ ରହିବ । ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ। ସର୍ବ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ । ରାଜନୀତିରେ ପଦୋନ୍ନତି ର ଯୋଗ ରହିଛି । ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ।

କୁମ୍ଭ – ଗୃହ ରେ ମାଙ୍ଗଳିକ କାର୍ଯ୍ୟ ହେବ । ବନ୍ଧୁ ଙ୍କ ଗମନ ଗୃହ କୁ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।

ମୀନ – ପରିବାରରେ ବାଦ ବିବାଦ ଲାଗି ରହିବ । ମନ ହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ରେ ଦୁଃଖ ଆସିବ । ସନ୍ତାନ ଙ୍କୁ ନେଇ ଚିନ୍ତା ରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗ ରେ ଆଘାତ ଲାଗି ପାରେ ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.