ନଭେମ୍ବର ୧୩ ତାରିଖ, ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 13, 2023 IST

ମେଷ – ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ କୌଣସି ବି ବ୍ୟବସାୟିକ କାରବାରରୁ ଅର୍ଥ ଉପକୃତ ହେବ। ଅଫିସରେ ସହକର୍ମୀଙ୍କ ସମର୍ଥନ ପାଇବେ । ପାରିବାରିକ ବିବାଦ ସମାପ୍ତ ହେବ | ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ।

ବୃଷ -ମନରେ ଉତ୍ଥାନ-ପତନ ହେବ । ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡିପାରେ। ପରିଶ୍ରମ ଅଧିକ ହେବ ।

ମିଥୁନ – ସମ୍ମାନ ହାନି ଘଟିବ ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଧନ ଲାଭର ଯୋଗ ମଧ୍ୟ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ । ଦିନଟିରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ।

କର୍କଟ – ଦିନଟିରେ ଶତ୍ରୁଙ୍କ ଭୟ ରହିବ । ଅଦରକାରୀ କାର୍ଯ୍ୟ କଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ନିବେଶ ପାଇଁ ଦିନଟି ଭଲ ରହିଛି ।

ସିଂହ – କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ।ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ। ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇ ପାରେ ।

କନ୍ୟା – କର୍ମକ୍ଷେତ୍ରରେ ବିରୋଧା ଭାବ ଦେଖା ଦେବ । ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କ ଠାରୁ ଖୁସି ର ବାର୍ତ୍ତା ମିଳିବ ।ବ୍ୟବସାୟ ରେ ଏତେ ଲାଭ ହେବ ନାହିଁ । ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା – ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଲାଗି ରହିଥିବା ସମସ୍ୟାର ସୋମବାର ସମୂଳ ସମାଧାନ ହେବ। ରାଜନୈତିକ କ୍ଷେତ୍ରଟି ଆପଣଙ୍କ ପାଇଁ ବହୁତ୍ ଶୁଭ ଦାୟକ ରହିଛି ।ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।

ବିଛା – ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ । କର୍ମ କ୍ଷେତ୍ରରେ କିଛି ଲାଭ ଦାୟକ ପ୍ରୟାସ କରିବେ ।ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ – ଭକ୍ତି ଭାବରେ ଦିନଟି କଟିବ । ସେବା ପୂଜା ରେ ମନୋନିବେଶ କରିବେ । ବ୍ୟବସାୟୀ ମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା ।ରୋଜଗାର ର ନୂଆ ପନ୍ଥା ଆଜି ଆପଣଙ୍କୁ ଦେଖା ଦେବ

ମକର – ମକର ରାଶି ପାଇଁ  ଘାତ ଚନ୍ଦ୍ର । ଗୃହରେ ଲାଗି ରହିଥିବା ସମସ୍ୟାର ଆସନ୍ତାକାଲି ସମାଧାନ ଖୋଜିବେ। ସନ୍ତାନ ଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

କୁମ୍ଭ – କାର୍ଯ୍ୟ କ୍ଷେତ୍ର ରେ ବିଶେଷ ସହାୟତା ମିଳିବ ।ବନ୍ଧୁ ମିଳନ ର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁ ଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ – ଲୁଚି ରହିଥିବା ଦକ୍ଷତା ର ପରିପ୍ରକାଶ ହେବ । ଯଶ ହାନି ଘଟିବାର ସମ୍ଭାବନା ରହିଛି ।ପଡୋଶୀ ଙ୍କ ସହ ମତଭେଦ ହୋଇ ପରେ । ପିତା ମାତାଙ୍କ ସେବା ରେ ସମୟ ଅତିବାହିତ ହେବ । ବ୍ୟବସାୟ ରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.