suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେପ୍ଟେମ୍ଵର ୧୨ ତାରିଖ, ମଙ୍ଗଳବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

12/09/2023 at 7:33 AM

ମେଷ – କଳହର ଯୋଗ ରହିଛି । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗି ପାରେ । ଚତୁର୍ଥ ଚନ୍ଦ୍ର ଯୋଗୁଁ ମାନହାନି ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ ।ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।

ବୃଷ – ମନା ଉତ୍ସାହିତ ଓ ପ୍ରଫୁଲ୍ଲିତ ରହିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ରାଜ ସମ୍ମାନ ପ୍ରାପ୍ତ ହେବ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ଭ୍ରମଣ ର ଯୋଗ ରହିଛି । ବାକି ଥିବା କାର୍ଯ୍ୟ ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ ।ପରୋପକାର କରି ଖୁସି ଅନୁଭବ କରିବେ ।

ମିଥୁନ – ଆଳସ୍ୟତା ଗ୍ରାସ କରିବ। ଅଧିକ ଅର୍ଥ ବ୍ୟୟର ଯୋଗ ରହିଛି। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।

କର୍କଟ – କର୍କଟ ରାଶି ପାଇଁ ଦିନଟି ଶୁଭ ରହିଛି ।ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ବିଦେଶ ଭ୍ରମଣ ଯୋଗ ରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ।

ସିଂହ – ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଂଜାଳ ମୟ ହେବ । ଛାତ୍ର ଛାତ୍ରୀ ମାନେ ଅବହେଳିତ ହେବେ । ବ୍ୟବସାୟରେ ଅବନତି ଘଟିବ। ଧନ ବ୍ୟୟ ହେବାର ସମ୍ଭାବନା ରହିବ ।

କନ୍ୟା – ସର୍ବ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ ଗୃହ ରେ କିଛି ଶୁଭ କନ୍ୟା ର ଆରମ୍ଭ ହେବ । କିଛି ନୂତନ ଦ୍ରବ୍ୟ ଲାଭ କରିବେ।ବ୍ୟବସାୟୀ ମାନେ ଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ଲାଭ ଯୋଗ ଅଛି ।ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭା କୁ ସାମ୍ନା କୁ ଆଣିବେ।

ତୁଳା – ସର୍ବ କାର୍ଯ୍ୟ ରେ ସିଦ୍ଧି ହେବ। ମନ ଖୁସି ହେବ । ପାରିବାରିକ ଜୀବନ ଖୁସି ହେବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିଶ୍ରମ ଅଧିକ ହେବ ଖର୍ଚ୍ଚ ବୃଦ୍ଧି ପାଇବ | ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ।

ବିଛା – ଲୋକ ସମ୍ପର୍କ ରେ ବୃଦ୍ଧି ହେବ । ମନ ରେ ବିଷାଦ ଭାବ ଦେଖା ଦେଇ ପାରେ । ଶାରୀରିକ ଓ ମାନସିକ ଚିନ୍ତା ରେ ରହିବେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀ ମାନେ ଅଳ୍ପ ପରିଶ୍ରମୀ ହେବେ ।

ଧନୁ – ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗ ରେ ଆଘାତ ଲାଗିବ ।ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି। ଅନ୍ୟ ଲୋକଙ୍କ କଥା କୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟ ରେ ଯୋଗଦାନ କରିବେ।

ମକର – ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁ ଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ । ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ ।

କୁମ୍ଭ – କ୍ରୋଧ କୁ ନିଜ ସଞ୍ଜମ ରେ ରଖନ୍ତୁ ଚାକିରି ରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟ ରେ ବୃଦ୍ଧି ହେବ । ମନ ସାଧାରଣତଃ ଅଶାନ୍ତ ରହିପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ଉନ୍ନତି କରିବେ ।

ମୀନ – ମାନ ହାନୀ ହୋଇ ପାରେ । ମନରେ ଉତ୍ଥାନ-ପତନ ହେବ । ଚାକିରିରେ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ | ବିଦ୍ୟାର୍ଥୀ ମାନେ ଅମନ ଯୋଗୀ ହେବେ । ଭ୍ରମଣ ଯୋଗୁଁ ଶାରୀରିକ କଷ୍ଟ ଭୋଗ କରିବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯୋଗାଯୋଗ – ୮୨୪୯୮୨୬୬୮୨

   Related Posts