<strong>ନଭେମ୍ବର ୧୨ ତାରିଖ, ରବିବାର</strong><strong>; </strong><strong>ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ</strong>

Published By : Prameya-News7 Bureau | November 12, 2023 IST

ମେଷ – ରାଶିକୁ ସପ୍ତମ ଚନ୍ଦ୍ର , ବନ୍ଧୁ ମିଳନର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ଯାହା ବି କର୍ମ ରବିବାର କରିଛନ୍ତି ତାର ଫଳ ଆଜି ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟ ରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ ।

ବୃଷ – ସେବା ପୂଜାରେ ମନୋ ନିବେଶ କରିବେ । ଚିନ୍ତା ଧାରାର ବିକାଶ ଘଟିବ । କିଛି କଥାକୁ ନେଇ ମନରେ ଇର୍ଷା ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇ ପାରେ । ବିଦ୍ୟାର୍ଥୀ ମାନ ସୌଭାଗ୍ୟ ଲାଭ କରିବେ ।

ମିଥୁନ – ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । ଧନ ହାନି ହେବ । ଦେହ ପୀଡା ଯୋଗୁଁ ଅଳସୁଆ ହେବେ । ଅଯଥା ବ୍ୟୟର ଯୋଗ ରହିଛି । କର୍ମ କ୍ଷେତ୍ର ରେ ମନସ୍ତାପ କରିବେ । ପ୍ରେମ ସମ୍ପର୍କ ରେ ମନୋମାଳିନ୍ୟ ଦେଖା ଦେଇଁପାରେ । ବିଦ୍ୟାର୍ଥୀ ଅମନଯୋଗି ହେବେ ।

କର୍କଟ – କର୍ମ କ୍ଷେତ୍ରରେ ଅସହାୟତା ମିଳିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ପାରିବାରିକ ସମସ୍ୟା ମୁଣ୍ଡ ଟେକି ପାରେ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ । ଶାରୀରିକ ସମସ୍ୟା ମଧ୍ୟ ଦେଖା ଦେବାର ସମ୍ଭାବନା ରହିଛି । ଯାତ୍ରା ସମୟରେ ସତର୍କ ରହିବାକୁ ଅନୁରୋଧ ।

ସିଂହ – ଆଜି ଦିନଟି ରେ ସଂପୂଣ୍ଣ ସମୟ ଶୁଭ ରହିଛି ।ନୂତନ ଚାକିରିର ଯୋଗ ରହିଛି । କର୍ମ କ୍ଷେତ୍ର ରେ ସମ୍ମାନ ପ୍ରାପ୍ତି ହେବ । ଗୃହ ରେ ଶୁଭ କର୍ମ ହୋଇପାରେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ବ୍ୟବସାୟରେ ଭ୍ରମଣ ଯୋଗ ରହିଛି ଯାହା ଉତ୍ତମ ଫଳ ପ୍ରଦାନ କରିବ ।

କନ୍ୟା – ଆଶାବାଦୀ ହୋଇ ରହିବେ । ଅତ୍ୟାବଶ୍ୟକ ଦ୍ରବ୍ୟ ବା ଧାତୁ କୁ ଆସନ୍ତାକାଲି ହରାଇ ପାରନ୍ତି । ଗୃହରେ କଳହର ଯୋଗ ରହିଛି । ମାନସିକ ଅଶାନ୍ତି ଦେଖା ଦେଇ ପାରେ । ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ ।ଅର୍ଥ ସ୍ଥିତିରେ ଅବନତି ଘଟିବ ।

ତୁଳା – ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି ଦୂର ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ । ହେଲେ ମଧ୍ୟ ପରିଶ୍ରମର ପରିମାଣ ଅଧିକ ରହିବ । ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇ ପାରେ ।

ବିଛା – ପରିବାରରେ ବାଦ ବିବାଦ ଲାଗି ରହିବ । ମନ ହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗି ପାରେ ।

ଧନୁ– କର୍ମର ଫଳ ରବିବାର ନିଶ୍ଚୟ ପ୍ରାପ୍ତ କରିବେ । ଆଶଠାରୁ ଅଧିକ ଧନ ଉପାର୍ଜନ ହେବ । କର୍ମ କ୍ଷେତ୍ର ରେ ଚଞ୍ଚଳ ହେବେ । ସମ୍ମାନ ପାଇବାର ଯୋଗ ମଧ୍ୟ ରହିଛି ।ପ୍ରେମ ସମ୍ପର୍କ ନିବିଡ଼ ହେବେ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ମକର – ବିଭିନ୍ନ ପ୍ରକାର ର ଆୟର ଉତ୍ସ ମିଳିବ। ଦିନଟି ମଧ୍ୟମ ଫଳ ଦେବ । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପରିବାରରେ ଖୁସି ଲାଗି ରହିବ । ବ୍ୟବସାୟରେ ନୂତନ ଆଶା ଦେଖାଯିବ ।ଭ୍ରମଣ ଯୋଗ ଶୁଭ ହେବ । ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ।

କୁମ୍ଭ – ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହେବ । ମନ ସାମାନ୍ୟ ଚଞ୍ଚଳ ରହିବ । ଭ୍ରମଣର ଯୋଗ ରହିଛି । ଧାର୍ମିକ ସ୍ଥାନ କୁ ଯାତ୍ରା କରି ପାରନ୍ତି । ମାତା ପିତା ଙ୍କ ଆଶୀର୍ବାଦ ମିଳିବ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ । ବିଦ୍ୟାର୍ଥୀ ମାନେ କମ ଫଳ ପ୍ରାପ୍ତ କରିବେ ।

ମୀନ – ଆଶା କରି ଥିବା ଦ୍ରବ୍ୟ କିମ୍ବା କର୍ମ ଆଜି ପ୍ରାପ୍ତ ହେବ ନାହିଁ । ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର,ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.