ଡିସେମ୍ବର ୦୯ ତାରିଖ, ଶନିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | December 09, 2023 IST

ମେଷ – ଉଚ୍ଚ ସମ୍ମାନର ଅଧିକାରୀ ହେବେ। କାର୍ଯ୍ୟ କ୍ଷେତ୍ରରେ ତପ୍ତର ହେବେ। ବାହ୍ୟ ସ୍ଥାନରୁ ମାନ ସମ୍ମାନ ମିଳିବ। ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ହେଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖା ଦେବ। ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ।

ବୃଷ – ମନରେ ସାମାନ୍ୟ କ୍ରୋଧ ବୃଦ୍ଧି ହେବ। ଆତ୍ମବିଶ୍ୱାସ ପୂର୍ଣ୍ଣ ହେବେ। ରାଜନୀତିରେ ଉନ୍ନତି ଯୋଗ ରହିଛି। ଯାନର ଆନନ୍ଦ ବୃଦ୍ଧି ପାଇପାରେ। ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ବିଦେଶୀ ଯାତ୍ରାକୁ ଯାଇପାରନ୍ତି କର୍ମ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି।
ମିଥୁନ – ଆର୍ଥିକ ସ୍ଥିତିରେ ଅବନତି ଘଟିବ। ମନ ପରାଧୀନ ହୋଇ ରହିବ। କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ହେଲେ ମଧ୍ୟ ଦିନଟିରେ ରୋଜଗାର ଉତ୍ତମ ହେବ। ବ୍ୟବସାୟ ଭଲ ହେବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। କର୍ତ୍ତବ୍ୟ ପରାୟଣ ହେବେ।

କର୍କଟ – ମାନହାନି ହେବାର ଯୋଗ ରହିଛି। ଅଙ୍ଗରେ ଆଘାତ ଲାଗିପାରେ। କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ। ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ। କୌଣସି ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ।

ସିଂହ – ମନ ପ୍ରଫୁଲ୍ଲ ରହିବ। କିଛି ନୂତନ କାର୍ଯ୍ୟ ବା ବସ୍ତୁ ପାଇ ଅଧିକ ଉତ୍ସାହିତ ହେବେ। ଉଚ୍ଚ ସମ୍ମାନ ପ୍ରାପ୍ତି ହେବେ। ନୂତନ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ।

କନ୍ୟା – ମନ ବ୍ୟକୁଳିତ ରହିବ। ଆର୍ଥିକ ସମସ୍ୟା କିଛିକୁ ନେଇ ଅସନ୍ତୋଷ ପ୍ରକାଶକରି ପାରନ୍ତି। ବ୍ୟବସାୟରେ ଏତେ ଲାଭର ଯୋଗ ନାହିଁ। ପରିବାରରେ ସମସ୍ୟା ଦେଖା ଦେଇପାରେ । ଆତ୍ମ ବିଶ୍ୱାସ ବଜାୟ ରଖନ୍ତୁ। ପରିଶ୍ରମ ଅଧିକ ହେବ।

ତୁଳା – ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଭ୍ରମଣର ଯୋଗ ରହିବ। ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ। 

ବିଛା – ଗୃହରେ ଅଧିକ କାର୍ଯ୍ୟ ଭାର ରହିବ। ଯାହାଦ୍ଵାରା ଆପଣ ବନ୍ଧୁ ହୋଇ ରହିବେ। ଅଯଥା ଅର୍ଥ ବ୍ୟୟ ହେବ। ମାନସିକ ସ୍ଥିତି ଠିକ୍ ରହିବ ନାହିଁ। କିଛି ଭୁଲ୍ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଏକାସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। 

ଧନୁ – ଧନ ପ୍ରାପ୍ତିର ଯୋଗ ରହିଛି। କିଛି ନୂତନ କାର୍ଯ୍ୟ ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ବହୁତ୍ ଉତ୍ତମ ରହିବ। ସର୍ବ କାର୍ଯ୍ୟ ସଫଳତା ପୂର୍ବକ ସମାପ୍ତ ହେବ। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ।

ମକର -ଭ୍ରମଣର ଯୋଗ ରହିଛି। ଦୂର ସ୍ଥାନ ମୁଁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଯାହା ବି କର୍ମ ଆଜି କରିଛନ୍ତି ତାର ଫଳ ଆଜି ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ। ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ।

କୁମ୍ଭ – ସେବା ପୂଜାରେ ମନୋନିବେଶ କରିବେ। ମନରେ ବିଷାଦ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ। ମନ ସାମାନ୍ୟ ଚିନ୍ତିତ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଭ୍ରମଣ ଯୋଗ ରହିଛି।

ମୀନ – ଶାରୀରିକ କଷ୍ଟ ଅନୁଭବ କରିବେ। ମନ ଅଶାନ୍ତ ରହିବ। କାର୍ଯ୍ୟ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜୀବନ ସାଥୀଙ୍କ ସମର୍ଥନ ପାଇବ। ଖର୍ଚ୍ଚ ବୃଦ୍ଧି ପାଇବ।

wp:paragraph {"align":"center"}

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର, ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.